ରାଉରକେଲା ୬/୮,(ଉତ୍କଳ ସମାଚାର) ୨୦୨୬ ଜୁନ୍ ୨୬ ତାରିଖରେ ବ୍ରାହ୍ମଣୀତରଙ୍ଗ ପୋଲିସ ପକ୍ଷରୁ ମାମଲା ନଂ. ୩୪୨ ଓ ବିଏନ୍ଏସର ଧାରା ୩୦୩(୨)ରେ ପୋଲିସ ତଦନ୍ତ ସମୟରେ ଏକ ଚୋରି ମୋଟରସାଇକେଲ ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।ସୂଚନା ଅନୁସାରେ ୨୦୨୬ ଜୁନ୍ ୨୩ ତାରିଖରେ ବେଦବ୍ୟାସ ଛକର ହାଇଡ୍ରା କ୍ରେନ୍ ଷ୍ଟାଣ୍ଡ ନିକଟରୁ ଚୋରି ହୋଇଥିବା ମୋଟରସାଇକେଲ (ହିରୋ ଏଚଏଫ ଡନ୍, ଲାଲ ରଙ୍ଗ, ରେଜିଷ୍ଟ୍ରେଡ୍ ନଂ. ଓଡି-୧୪ଏମ-୮୩୨୧), ଅଭିଯୁକ୍ତଙ୍କ କବଜାରୁ ଉଦ୍ଧାର କରାଯାଇଛି। ଏହି ମୋଟରସାଇକେଲକୁ ଅଭିଯୁକ୍ତମାନେ ବିକ୍ରୟ କରିବା ଉଦ୍ଦେଶ୍ୟରେ ଲୁଚାଇ ରଖିଥିଲେ। ପୋଲିସ ପକ୍ଷରୁ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରି ଗାଡ଼ିଟିକୁ ଜବତ କରାଯାଇଛି। ଏଥିସହିତ ପୋଲିସ୍ ପକ୍ଷରୁ ମାମଲାର ଅଧିକ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତ ହେଲେ ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲା ଅଧିନସ୍ଥ ନରାରିକାଲାଖୁର୍ଦ ଥାନା ଅନ୍ତର୍ଗତ ଗ୍ରାମ ଓଡିଆ କୁରଓ୍ବାନର ଅଶ୍ବନୀ କୁମାର (୨୫) ଏବଂ ସେ ବର୍ତ୍ତମାନ ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବୁରୁଟୋଲାର ବୋଲି ଜଣାପଡିଛି। ଅଭିଯୁକ୍ତ ନିକଟରୁ ଗୋଟିଏ ଲାଲ ରଙ୍ଗର HF ଡନ୍ ମୋଟରସାଇକେଲ ଯାହାର ନମ୍ବର-OD-14-M-8321 ଜବତ୍ କରାଯାଇଛି।

