ସମ୍ବଲପୁର,୦୬/୦୮(ଉତ୍କଳ ସମାଚାର),(ସରୋଜ ସାହୁ):କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲା ପରେ ଆସନ୍ତା ଦୁଇ ଦିନ ଧରି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଥମ ସମ୍ବଲପୁର ଗସ୍ତ ରହିଛି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ସୂଚନା ମୁତାବକ ସାଂସଦ ଶ୍ରୀ ପ୍ରଧାନ ୮ ତାରିଖ ସକାଳେ ରେଢ଼ାଖୋଲରେ ପ୍ରଥମେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ରେଢ଼ାଖୋଲ ରେ ଆରମ୍ଭ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ର ଅସ୍ଥାୟୀ କ୍ୟାମ୍ପସ ର ଶୁଭାରମ୍ଭ ଓ ସ୍ଥାୟୀ କ୍ୟାମ୍ପସ ର ଭୂମିପୂଜନ କାର୍ଯ୍ୟକ୍ରମ ରେ ସାମିଲ ହେବେ । ଅପରାହ୍ନ ରେ ସମଲେଶ୍ଵରୀ ମନ୍ଦିର ରେ ଈଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ଦର୍ଶନ କରିବେ । ପରେ ଗଙ୍ଗାଧର ମେହେର ଏକକ ବିଶ୍ବିବିଦ୍ୟାଳୟ ରେ ହେବାକୁ ଥିବା “ମାଟି-ର୍-ମହକ୍” କର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିରେ ପଶ୍ଚିମ ଓଡ଼ିଶାର ସମସ୍ତ ପଦ୍ମ ପୁରସ୍କାର ରେ ସମ୍ମାନିତ ବ୍ୟକ୍ତି ଵିଶେଷ ଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ୯ ତାରିଖ ସକାଳେ ସମ୍ବଲପୁର ରେ ହେବାକୁ ଥିବା ତ୍ରୀରଙ୍ଗା ପଦଯାତ୍ରା ରେ ସାମିଲ ହେବେ । ଏହି ତ୍ରୀରଙ୍ଗା ପଦଯାତ୍ରା ରିଜର୍ଭ ପୋଲିସ ଲାଇନ ପଡ଼ିଆ ରୁ ଆରମ୍ଭ ହୋଇ ଲକ୍ଷ୍ମି ଟକିଜ୍ ଛକ୍, ଗୋଲ୍ ବଜାର ଛକ, ଶକ୍ତି ଛକ, ପୁରୁଣା ମ୍ୟୁନସିପାଲିଟି ଛକ ଦେଇ ସହିଦ୍ ଛକରେ ପହଞ୍ଚିବ । ସହିଦ୍ ଛକ ରେ ଥିବା ସହିଦ୍ ସ୍ତମ୍ଭ ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲା ପରେ ପଦଯାତ୍ରା ଜେଲ୍ ଛକକୁ ଯିବ । ସେଠାରେ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରାଯିବ

