ସମ୍ବଲପୁର,୦୬/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ର “ସମ୍ପର୍କ ସେତୁ ଫାଉଣ୍ଡେସନ ଟ୍ରଷ୍ଟ ” ପକ୍ଷରୁ ସାମ୍ବାଦିକ ଭବନ ଠାରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ସଭାପତି ଅଶୋକ ପଣ୍ଡାଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ପଣ୍ଡିଚେରୀ ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ରୁ ଆସିଥିବା ସାଧକ ଜନାର୍ଦନ ପୂରାନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରସାର ଭାରତୀ ର ପୂର୍ବତନ ଅଧିକାରୀ ବୈକୁଣ୍ଠ ପାଣିଗ୍ରାହୀ, ଶିକ୍ଷାବିତ ଅରବିନ୍ଦ ମହାପାତ୍ର, ସେବକ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ସୁବାଷ ପାଣିଗ୍ରାହୀ, ହେମନ୍ତ ମହାପାତ୍ର,ପ୍ରବଚକ ପ୍ରବୀର ଚରଣ ତରାଇ,ସମାଜସେବୀ ଉଦିତ ପ୍ରସାଦ ବାବୁ ପ୍ରମୁଖ ଯୋଗ ଦେଇଥିଲେ ଲ କାର୍ଯ୍ୟକ୍ରମ ରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଅନୁପମା ବିଶ୍ୱାଳ l ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ କରିବା ସହ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମ ର ସାଧକ ଚମ୍ପକଲାଲଙ୍କ ବ୍ୟକ୍ତିତ୍ୱ ବିଷୟରେ ଆଲୋକପାତ କରିଥିଲେ I ଏହିଅବସରରେ ମୁଖ୍ୟ ଅତିଥି ସାଧକ ଶ୍ରୀ ପୁରାନୀ ତାଙ୍କର ବକ୍ତବ୍ୟ ରେ କହିଲେ ଯେ ସମ୍ପର୍କ ହିଁ ସମାଜ ରେ ଏକ ବଳିଷ୍ଠ ଗୁରୁତ୍ୱ ରହିଛି ଏ ସାମାଜିକ ଜୀବନରେ ସମ୍ପର୍କ ନିଜ ନିଜ ଭିତରେ ସମ୍ପର୍କ କୁ ସୁଦୃଢ କଲେ ନିଶ୍ଚିତ ଭାବରେ ସମାଜ ର ମଙ୍ଗଳ ସମ୍ଭବ I ଏହି ଅବସରରେ ଅତିଥି ମାନେ ନିଜ ନିଜର ଜୀବନ ଭିତରେ ସମ୍ପର୍କ କୁ ଅନୁଭବ କରିବା ସହ ଅନ୍ୟ ମାନଙ୍କୁ ଯୋଡିବା ପାଇଁ ପରାମର୍ଶ ଦେଇଥିଲେ I ସମ୍ପର୍କ ଫାଉଣ୍ଡେସନ ଟ୍ରଷ୍ଟ ର ଚତୁର୍ଥ ସଂସ୍କରଣ ” ଶୀତଳ ଷଷ୍ଠି ବିଶେଷାଙ୍କ ” ସ୍ମରଣିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ଡ଼. ଦିପେନ ପଟ୍ଟନାୟକ, ମମତା ନାଥ, ରତ୍ନ ଭୂଷଣ ପୃଷେଠ, ସୁଶାନ୍ତ ଗୁରୁ , ଶଙ୍କର ବେହେରା,କମଲଲୋଚନ ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ, ସୁପ୍ରିୟା ପୁତୁଲ ଦାସ, ରିତା ପଣ୍ଡା, ବୀରେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ I

