ସମ୍ବଲପୁର,୦୭/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ନିଖିଳ ଭାରତ ବ୍ରାହ୍ମଣ ସମାଜ ପରିଷଦର ଝାରଖଣ୍ଡ ରାଜ୍ୟ ରାଞ୍ଚି ଠାରେ ଅନୁଷ୍ଠିତ ବାର୍ଷିକ ଅଧିବେଶନରେ (ଓଡିଶା) ବ୍ରାହଣ ସମାଜ ର ଅନ୍ତର୍ଯ୍ୟାମୀ ପାଣି (ସମ୍ବଲପୁର) ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି I ସେ ଏହା ପୂର୍ଵରୁ ସମ୍ବଲପୁର ପଞ୍ଚ ସାଶନୀ ବ୍ରାହଣ ସମାଜର ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱରେ ମଧ୍ୟ୍ୟ ଥିଲେ I ବ୍ରାହଣ ସମାଜ ସଂଗଠନକୁ ସୁଦୃଢ ପାଇଁ ସକ୍ରିୟ ଭୂମିକା ଯୋଗୁଁ ନିର୍ବାହ କରିବାରେ ଶ୍ରୀ ପାଣି ସୁପରିଚିତ ଅଟନ୍ତି l ଏହା ଓଡିଶାର ପ୍ରଥମ ଉପାଧକ୍ଷ ମନୋନୀତ ହୋଇ ଥିବାରୁ ସାଧାରଣ ରେ ଖୁସି, ଆନନ୍ଦ ପ୍ରକାଶ ପାଉଛି l ବ୍ରାହଣ ସମାଜ ବିଭିନ୍ନ ସମସ୍ୟା ଗୁଡିକ, ସଂଗଠନ, ସଂରକ୍ଷଣ ପାଇଁ ସମସ୍ୟା ଉପସ୍ଥାପିତ କରିବାପାଇଁ ଏକ ସୁଯୋଗ ବୋଲି ଅଭିହିତ କରି ଓଡିଶା ବ୍ରାହଣ ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି l ଶ୍ରୀ ପାଣି ବର୍ତମାନ ସମ୍ବଲପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଜ଼ିଲ୍ଲା ସଭାପତି ପଦବୀ ରେ ମଧ୍ୟ ଅଛନ୍ତି l

