ସମ୍ବଲପୁର,୦୭/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ରେଙ୍ଗାଲି ଦୁର୍ଗା ମଣ୍ଡପ ଠାରେ ନାଗରିକ କମିଟି ପକ୍ଷରୁ ଚଳିତ ବର୍ଷ ନୂଆଖାଇ ଭେଟ ଘାଟ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ନାଗରିକ କମିଟି ସଭାପତି ଅନ୍ତର୍ଯ୍ୟାମୀ ପାଣି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ମା ସମଲେଇଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଜଳନ କରାଯାଇଥିଲା l ମନୋଜ ନାୟକ ସମଲେଇ ଭଜନ ପରିବେଷଣ କରିଥିଲେ I ବୈଠକରେ ଏକ କମିଟି ଗଠନ କରଗଲା l ମୁଖ୍ୟ ସଂଯୋଜକ ଭାବେ ସମୀର ମାହାନା, ସହ ସଂଯୋକ ଲଳିତ ସାହୁ, ଏବଂ ଉପଦେଷ୍ଟା ପୂର୍ଵତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ, ଶଶୀ ଭୁଷଣ ସାହୁ, କାର୍ଯକାରୀ ସଭ୍ୟ କୃଷ୍ଣ ଚନ୍ଦ୍ର ମେହେର, ଗଗନ ସାହୁ, ଦିନେଶ ମହାନା, ବିରଞ୍ଚି ବିଶ୍ୱାଳ, ସନ୍ତୋଷ ସିଂ, ଗୋବର୍ଧନ ସାହୁ, କିଶୋର ଷଣ୍ଢ, ,ସୁରେନ୍ଦ୍ର ସାହୁ, ଅମିନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ I ଶେଷରେ ମନୋଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I

