ସମ୍ବଲପୁର,9//8,(ଉତ୍କଳ ସମାଚାର),(ସରୋଜ ସାହୁ):ରାଜ୍ୟ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଜନ୍ମଦିନ ଉତ୍ସାହର ସହ ପାଳିତ ହୋଇଯାଇଛି I ଏହି ବିଶେଷ ଅବସରରେ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଉପସ୍ଥିତ ରହି କେକ୍ କାଟି ଶ୍ରୀ ଆଚାର୍ଯ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି I ଶ୍ରୀ ଆଚାର୍ଯ୍ୟଙ୍କ ଦୀର୍ଘାୟୁ, ସୁସ୍ଥ ନିରାମୟ ଜୀବନ ସହ ସମାଜସେବା କ୍ଷେତ୍ରରେ ତାଙ୍କର ଯୋଗଦାନ ଏହିପରି ଜାରି ରହୁ ବୋଲି ନେତୃବୃନ୍ଦ କାମନା କରିଛନ୍ତି I ରେଢ଼ାଖୋଲ ଠାରେ ଅନୁଷ୍ଠିତ ଉତ୍ସବରେ ବହୁ ଦଳୀୟ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ

