ସମ୍ବଲପୁର,୦୯/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ “ବନ୍ଦେ ମାତରମ୍”ର ମହାନ ଭାବନାକୁ ଉତ୍ସର୍ଗ କରି ଏକ ବିଶାଳ ‘ ତ୍ରିରଙ୍ଗା ରାଲି’ ର ଆୟୋଜନ କରାଯାଇଛି। ରବିବାର ପୂର୍ବାହ୍ନରେ ରିଜର୍ଭ ପୋଲିସ ପଡ଼ିଆରୁ ବାହାରି ଏହି ରାଲି ସହରର ଜେଲ୍ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମ୍ବଲପୁରବାସୀଙ୍କ ମଧ୍ୟରେ ଦେଶପ୍ରେମ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ବିଶାଳ ସମାବେଶରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଏବଂ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ନାଉରୀ ନାୟକ,ଆଇଜି, ହିମାଂଶୁ ଲାଲ(ଭା.ପୋ.ସେ),ସମ୍ବଲ ପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର (ଭା.ପ୍ର.ସେ),ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ(ଭା.ପୋ.ସେ) , ମହାନଗର ନିଗମର ଆୟୁକ୍ତ ରେହାନ ଖେତ୍ରୀ (ଭା.ପ୍ର.ସେ), ଡିଏଫଓ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

