ସମ୍ବଲପୁର,9//8,(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ସମୟରେ ପୋଲିସ ବିଜୁ ଜନତା ଦଳ (ବିଜେଡି) ର ପ୍ରାୟ ୨୮ ଜଣ କର୍ମୀଙ୍କୁ ଅଟକ ରଖିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପ ନେତା ତଥା ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ I ବିଜେଡି କର୍ମୀଙ୍କୁ ଅଟକ ରଖିବାକୁ ଶ୍ରୀ ଆଚାର୍ଯ୍ୟ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ ବୋଲି ଅବିହିତ କରିଛନ୍ତି I ଶ୍ରୀ ଆଚାର୍ଯ୍ୟ ରିଜର୍ଭ ପୋଲିସ ଲାଇନରେ ଅଟକ କର୍ମୀ ଙ୍କୁ ଭେଟିଛନ୍ତି I ଏହି ଅବସରରେ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ହୀରାଲାଲ ବେହେରା, ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମହାପାତ୍ର, ବରିଷ୍ଠ ବିଜେଡି ନେତା ବେଣୁ ଧର ଦାଶ, ପୂର୍ବତନ ଯୁବ ବିଜେଡି ସଭାପତି ଖରାଂଶୁ ଶେଖର ଦେବ ପ୍ରମୁଖ ଉପସ୍ଥିତ ଥିଲେ

