ସମ୍ବଲପୁର,9//8,(ଉତ୍କଳ ସମାଚାର),(ସରୋଜ ସାହୁ):ଗଣତନ୍ତ୍ର କୁ ହତ୍ୟା କରି ଅନୈତିକ ଉପାୟରେ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ସାଂସଦଙ୍କ କାର୍ଯ୍ୟକ୍ରମର ଅବ୍ୟାହତି ପୂର୍ବରୁ ଆଗୁଆ ଗିରଫ ଦାରିକୁ ଘୋର ନିନ୍ଦା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ। ଇଂ ପୁଜାରୀ ପ୍ରଶ୍ନ କରିଛନ୍ତି ଯେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଧାରଣ ଜନତାଙ୍କୁ ଭେଟିବା ପାଇଁ ଏତେ ଭୟ କାହିଁକି I ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶନିବାର ପ୍ରଥମ ଥର ସମ୍ବଲପୁର ଗସ୍ତ କରିଥିବାରୁ ବିରୋଧ ଭୟରେ ଆଜି ବିଜୁ ଜନତା ଦଳର ବିଭିନ୍ନ ନେତୃମଣ୍ଡଳୀ ଏବଂ କର୍ମକର୍ତାଙ୍କୁ ସକାଳ ୬ ଘଟିକା ରୁ ପର୍ଯ୍ୟାୟ କ୍ରମେ ଆଗୁଆ ଗିରଫ ଦାରି କରାଯାଇଛି I ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଦେବାଶିଷ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ଧର୍ମରାଜ ମରେଇ, ଜିଲ୍ଲା ସଭାପତି ପ୍ରଦୋଷ ମହାନ୍ତି, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି, ଅନମୋଲ ଦାସ, ଜିଲ୍ଲା ସଭାପତି ଶୁଭ୍ରାଂଶୁ ପାଢି, ଜିଲ୍ଲା ମହିଳା ସଭାନେତ୍ରୀ ସଂଯୁକ୍ତା ମେହେର, ବରିଷ୍ଠ ନେତା ବସନ୍ତ ମିଶ୍ର, ବିଜେଡି ଜିଲ୍ଲା ଉପସଭାପତି ସୁରୁବାବୁ ମେହେର, ସତ୍ୟନ୍ଦ୍ର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ ମିଶ୍ର, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଥାପା, ପ୍ରହଲ୍ଲାଦ ଗୁରୁ, ବିଜୁ ଜନତା ଦଳର ନେତା ଗୋକୁଳ ମେହେର, ସୁକେଶ ସିଂ, ଶେଷଦେବ ମହାକୁଡ଼, ସୁରଜ ଦୋରା, ଶିଶିର ମହାନ୍ତି, ବିକାଶ ଖେତୀ, ମଞ୍ଜୁ ଓରାମ, ଉତ୍ତମ ମହାନ୍ତି, ମନୋଜ ଦାସ, ଏସ କେ ମନ, ସନ୍ତୋଷ ମହାନ୍ତି, ପ୍ରଶାନ୍ତ ନାୟକ, ସଞ୍ଜୟ ବର୍ମା, ଦୁଲାଳ ରାୟ, ବିଜୁ ମହିଳା ଜନତା ଦଳର ଲିଳିମା ମଲ୍ଲିକ, ଅନିତା ଓରାମ, ସୁରେଖା ସାହୁ, ସରିତା ଦାସ, ସସ୍ମିତା ଦୀପ ପ୍ରମୁଖଙ୍କୁ ଗିରଫ କରାଯାଇଛି I

