ରାଉରକେଲା ୯/୮,(ଉତ୍କଳ ସମାଚାର)ପଶ୍ଚିମ ଓଡ଼ିଶାର ଅଗ୍ରଣୀ କୀଡା ଅନୁଷ୍ଠାନ ଚନ୍ଦ୍ରଶେଖର କ୍ରୀଡା ସଂଗଠନ ର ବାର୍ଷିକ ସାଧାରଣ ପରିଷଦ ବୈଠକ ଆଜି ସକାଳେ ସେକ୍ଟର ୨ ସ୍ଥିତ ଗାୟତ୍ରୀ ଶକ୍ତି ପୀଠ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକ ସଂଗଠନ ର ବରିଷ୍ଠ ସଦସ୍ୟ ନିଖିଳ କଳାକାର ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। ସଦସ୍ୟ ସଞ୍ଜୀବ କୁମାର ନାୟକ ସଂଗଠନ ର ଆଭିମୁଖ୍ୟ ଓ ଆଗାମୀ ଦିନରେ କ୍ରୀଡା ର ପ୍ରସାର ଦିଗରେ ସଂଗଠନ ର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଆଗକୁ ଜାତୀୟ କ୍ରୀଡା ଦିବସ ଆସୁଥିବା ରୁ ଏହା କୁ ସରସ ସୁନ୍ଦର କରି ପାଳନ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ସଂଗଠନ ର ସାଧାରଣ ସମ୍ପାଦକ ତଥା ପ୍ରତିଷ୍ଠାତା ଦେବଦତ୍ତ ଜେନା ସଂଗଠନ ର ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ସଂଗଠନ କୁ ମଜବୁତ କରିବା ସହ ଯୋଗ କୁ ଅଧିକ ଗୁରୁତ୍ବ ଦେବାପାଇଁ ପ୍ରସ୍ତାବ ଦେଇଥିଲେ। ସର୍ବସମ୍ମତି କ୍ରମେ ଆଗାମୀ ତିନି ବର୍ଷ ପାଇଁ କମିଟି ଘୋଷଣା କରାଯାଇଥିଲା। ଏଥିରେ ମୁଖ୍ୟ ପୃଷ୍ଠପୋଷକ ଭାବେ ରଘୁନାଥପାଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ଯକ୍ଷ ଦୁର୍ଗା ଚରଣ ତନ୍ତୀ, ପୃଷ୍ଠପୋଷକ ଭାବେ ଆରଏସପି ଅଗ୍ନିଶମ ବିଭାଗ ର ସିଜିଏମ୍ ହିରାଲାଲ ମହାପାତ୍ର, ରାଉରକେଲା ଚାମ୍ବର ଅଫ କମର୍ସ ର ସଭାପତି ମଳୟ ମଣ୍ଡଳ ଓ ସଂଗଠନ ର ଅଧ୍ଯକ୍ଷ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ରହିଛନ୍ତି। ସଭାପତି ସଞ୍ଜୀବ କୁମାର ନାୟକ, ଉପସଭାପତି ନିଖିଳ କଳାକାର ପ୍ରଧାନ, ଗୋପାଳ ଜେନା ସାଧାରଣ ସମ୍ପାଦକ ଦେବଦତ୍ତ ଜେନା, ସାଂଗଠନିକ ସମ୍ପାଦକ ସୁଶାନ୍ତ ଶତପଥୀ, କୋଷାଧ୍ୟକ୍ଷ ବିଶ୍ବଜିତ ମହାନ୍ତି,୩ ଜଣିଆ ଯୁଗ୍ମ ସମ୍ପାଦକ ମଣ୍ଡଳୀ ରେ ଗୁପ୍ତେଶ୍ୱର ଡୋରା,ସାମନ୍ତ କୁମାର, ଦେବାଶିଷ ପରିଡା, ସଂଯୋଜକ ସସ୍ମିତା ଦାଶ, ଯୁଗ୍ମ ସଂଯୋଜକ ରବିନାରାୟଣ ମାହାନ୍ତି,ମିଡିଆ ସଂଯୋଜକ ଅଜୟ କୁମାର ପାତ୍ର ଓ ସାଧାରଣ ସମ୍ପାଦକ ଙ୍କୁ ସହଯୋଗ କରିବା ପାଇଁ ଚାରିଜଣିଆ ସମ୍ପାଦକ ମଣ୍ଡଳୀ ରେ ପ୍ରକାଶ ଭୋଇ, ସୁରେନ୍ଦ୍ର ସ୍ବାଇଁ, ରୁଦ୍ରନାରାୟଣ ସାହୁ, ବିରେନ୍ଦ୍ର କୁମାର ସ୍ବାଇଁ ପ୍ରମୁଖ ରହିଛନ୍ତି। ଏହାବ୍ୟତୀତ ନଅ ଜଣିଆ କାର୍ଯ୍ୟକାରୀ କମିଟି ରେ ମନୋଜ ମାଝୀ,କେଶବ ପ୍ରଧାନ,ସୁବାଷ ବିଶ୍ବାଳ,ରାମ ନାରାୟଣ ନାୟକ ରୌନକ ଦାସ, ସନ୍ତୋଷ କୁମାର ବେହେରା,ଆନ୍ନା କେରକେଟା, ଗୀତା ମିଶ୍ର ଓ ସଞ୍ଜୀବ ମାହାନ୍ତି ରହିଛନ୍ତି। ଉକ୍ତ କମିଟି ଆଗାମୀ ତିନି ବର୍ଷ ଧରି ସଂଗଠନର ସମସ୍ତ ଦାୟିତ୍ବ ନିର୍ବାହ କରିବ। ଶେଷରେ ଦେବାଶିଷ ପରିଡା ଧନ୍ୟବାଦ ପ୍ରସ୍ତାବ ରଖିଥିଲେ

