କେନ୍ଦୁଝର-9//8,(ଉତ୍କଳ ସମାଚାର)କୁଷ୍ଠ ମୁକ୍ତ ଓଡିଶା” ଗଠନ ଲକ୍ଷରେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ କେନ୍ଦୁଝର ଜିଲ୍ଲାର କୁଷ୍ଠ ରୋଗ ଚିହ୍ନଟ ଓ ସଚେତନତା ଅଭିଯାନ ଆସନ୍ତା ୧୭ ଅଗଷ୍ଟ ରୁ ୩୧ ଅଗଷ୍ଟ ତାରିଖ ଯାଏ ଚାଲିବ । ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର ୨ ଟି ବ୍ଲକ (ସାହାରପଡା ଓ ପାଟଣା ବ୍ଲକ) ଗୋଟିଏ ସହରାଞ୍ଚଳ (ବଡ଼ବିଲ) ରେ ପାଖାପାଖି ୩ ଲକ୍ଷ ୯ ହଜାର ଲୋକଙ୍କ ଘରକୁ ଘର ଯାଇ ଲୋକଙ୍କ ଶରୀର ରେ ଲକ୍ଷଣକୁ ଦେଖାଯିବ । ମିନି କନଫରେନ୍ସ ହଲ କଲେକ୍ଟରେଟ ରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲାର ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଧନେଶ୍ଵର ସେଠି, ଉପ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପୁରୁଷତ୍ତମ ମହାନ୍ତ, ଏଡିପିଏଚଓ (କୁଷ୍ଠ ରୋଗ) ଡ଼ଃ ବସନ୍ତ କୁମାର ପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବଡ଼ବିଲ ଡ଼ଃ ସୌଭାଗ୍ୟ ରଞ୍ଜନ ସାମଲ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସାହାରପଡା ଡ଼ଃ ମନୋରଞ୍ଜନ ଜେନା, ଡ଼ିପିଏମ ଡଃ ନିତ୍ୟରଞ୍ଜନ ବରାଳ, ଜିଲ୍ଲା କୁଷ୍ଠ ରୋଗ ପରାମର୍ଶ ଦାତ୍ତା ଡ଼ଃ ଶୋଭନକୁମାର ସାହୁ, ଏପିଡେମିଅଲଜିଷ୍ଟ ଡ଼ଃ ବିଷ୍ଣୁ ମାଝି, ଡିଆଇପିଆରଓ ସାର୍ଥକ ରାୟ, ଡିପିଏଚସିଓ ଭରତ କୁମାର ସାହୁ, ପ୍ରୋଜେକ୍ଟ ଆସୋସିଏଟ ଲେପ୍ରା ଶୋସାଇଟି ରାଇରଙ୍ଗପୁର ପ୍ରହ୍ଲାଦ ମଙ୍ଗରାଜ ଏବଂ ରବୀନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାରେ ବର୍ତ୍ତମାନ ସୁଧା ପ୍ରାୟ ୨୧,୦୦ ଜଣ କୁଷ୍ଠ ରୋଗୀ ଚିହ୍ନଟ ହେଇଛନ୍ତି । ସେଥିରୁ ପ୍ରାୟ ୧୯୫୦ ଜଣ ଆରୋଗ୍ଯ ହୋଇଛନ୍ତି । ବଳକା ୧୫୦ ଜଣ ରୋଗୀ ଔଷଧ ସେବନ କରୁଛନ୍ତି । ଏହି ଅଭିଯାନ ସଫଳ କରିବା ପାଇଁ ୩୧୦ ଜଣ ଆଶା କର୍ମୀ, ୫୫ ଜଣ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ସହ ସ୍ୱାସ୍ଥ୍ୟ ପରିଦର୍ଶକ, ୧୨ ଜଣ ଏମବିବିଏସ ଏବଂ ୮ ଜଣ ଆୟୁସ ଡାକ୍ତର ନିୟଜିତ କରାଯାଇଛି । ସମସ୍ତଙ୍କୁ କୁଷ୍ଠ ରୋଗ ଚିହ୍ନଟ ଓ ପରିଚାଳନା ସମ୍ପର୍କରେ ସ୍ଵତନ୍ତ୍ର ତାଲିମ ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଙ୍କ ଅନୁରୋଧ କ୍ରମେ ଲେପ୍ରା ଶୋସାଇଟି ରାଇରାଙ୍ଗପୁର ତରଫରୁ ସ୍ଵତନ୍ତ୍ର ଶିକ୍ଷା ସ୍ୱାସ୍ଥ୍ୟ ସଂଚାର ପ୍ରଦର୍ଶନି ଗାଡି ମାଧ୍ୟମରେ ପାଟଣା ଏବଂ ସାହାରପଡା ବ୍ଲକରେ ସଚେତନତା କାର୍ଯ୍ୟକ୍ରମ କରାଯିବ ଏବଂ ବଡ଼ବିଲରେ ଶାମ୍ବ ରଥ ମାଧ୍ୟମରେ ସଚେତନତା କରିବା ପାଇଁ ନିସ୍ପତି ନିଆଯାଇଛି ।

