ପାପଡାହାଣ୍ଡି ତା 26//10//26,(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପଣ୍ଡିକୋଟ ପଂଚାୟତ ଠାରେ, ଓଡିଶା ସରକାର ତଥା ମୁଖ୍ୟ ଶାସନ ସଚିବ ନିର୍ଦେଶ କ୍ରମେ ସରକାର କାର୍ଯ୍ୟରେ ସଚୋଟତା ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ ବୋଧେ କୁ ସୁଦୃଢ କରିବା ଉଦେଶ୍ୟରେ ଆଜିଠାରୁ ପଣ୍ଡିକୋଟ ପଂଚାୟତ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2026ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଇମାନୁଏଲ ନମ୍ରସିଳ ଙ୍କ ସଭାପତିତ୍ବ ରେ ସଭାକାର୍ୟ୍ଯ ଅନୁଷ୍ଠିତ ହୋଇଥିଲା, ଏହି ସଭା ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀ ବାବୁଲା ଭତ୍ରା, ଏ ସି ଡି ଇ ଓ ଶ୍ରୀ ଶରଦ ଚନ୍ଦ୍ର ବିଷୋୟୀ, ନାଏବ ସରପଞ୍ଚ ଶ୍ରୀମତୀ ସୁବର୍ଣ୍ଣ ନାୟକ, ଏମ ବି କେ ମାର୍ଥା ମଞ୍ଜରୀ ଖୁରା, ସମାଜ ସେବି ଅଭିମନ୍ୟୁ ମହାନ୍ତିଓ ଏସ ଏଚ ଜି ପ୍ରଭୁତି ଉପସ୍ଥିତ ଥିଲେ ବକ୍ତା ମାନେ ଦୁର୍ନୀତି ନିବାରଣ ବିଷୟରେ ଆଲୋଚନା କରାଗଲା ଅଜଣା ଲୋକଙ୍କୁ ନିଜର ଆଧାର କାର୍ଡ,ପାନ କାର୍ଡ, ଓ ଓ ଟି ପି ଅନ୍ୟ କାହାକୁ ନଦେବାକୁ ସଚେତନ କରାଗଲା l କାର୍ଯ୍ୟ ନିର୍ବାହ ଅଧିକାରୀ28,29ରେ ହେବାକୁ ଥିବା ବାତ୍ୟା ପାଇଁ ଭଙ୍ଗା ଘରେ ରହୁଥିବା ପରିବାର କିମ୍ବା ବକ୍ତି ବିଷୟରେ ଜଣାଇବାକୁ ଅନୁରୋଧ କରିଥିଲେ l ଶେଷରେ ଯୋଗାଣ ସହାୟକ ଶ୍ରୀ ପ୍ରଫୁଲ୍ଲ ହରିଜନ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରାଗଲା

