ସମ୍ବଲପୁର,୨୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାଶଙ୍କ ମାତା କନକଲତା ଦାଶଙ୍କର ସୋମବାର ସକାଳ ୮ଟା ୨୦ ମିନିଟ୍ରେ ତାଙ୍କ ମୋଡ଼ିପଡ଼ାସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ସହ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି। କନକଲତା ଜଣେ ପରୋପକାରୀ, ଧର୍ମପରାୟଣା ଓ ମେଳାପୀ ମହିଳା ଭାବେ ପରିଚିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ମାତୃବିୟୋଗରେ ପ୍ରଫୁଲ୍ଲ ଦାଶଙ୍କ ସମେତ ସମଗ୍ର ପରିବାର ଶୋକସନ୍ତପ୍ତ ହୋଇପଡ଼ିଛନ୍ତି।ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଶୋକପ୍ରକାଶ କରାଯାଇଛି। ବହୁ ବରିଷ୍ଠ ସାମ୍ବାଦିକ, ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।କନକଲତାଙ୍କ ଶେଷ ଇଚ୍ଛା ଅନୁଯାୟୀ, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ତାଙ୍କ ମରଶରୀରକୁ ବୁର୍ଲା ମେଡିକାଲକୁ ହସ୍ତାନ୍ତର କରାଯାଇଛି I

