ରାଉରକେଲା:10//8,(ଉତ୍କଳ ସମାଚାର) ରାଉରକେଲା ପରିବେଶ ସୁରକ୍ଷା ଅଭିଯାନ ତରଫରୁ କ୍ରାନ୍ତି ଦିବସ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତରକେରା ବିଦ୍ୟୁତ କଲୋନୀ ୟୁପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଭିଯାନ ର ସଂଯୋଜକ ବିରେନ ସେନାପତି ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଏବଂ ସହକାରୀ ବନ ସଂରକ୍ଷକ ଶ୍ରୀ ଗଜେନ୍ଦ୍ର ପାଲ ସିଂ ମାଥୁର ସମ୍ମାନିତ ଅତିଥିଭାବେ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ଅନୁଷ୍ଠାନ ର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବୀଣାପାଣି ରାୟ, ସି ଆର ସି ସି ଶ୍ରୀମତୀ ବିଦ୍ୟୁତଲତା ସୁତାର, ଅଭିଭାବକ କମିଟି ସଭାପତି ଶ୍ରୀ ଶୈଳେଶ ଶର୍ମା ତଥା ସ୍କୁଲ ର ଅନ୍ୟ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସମାଜସେବି ପ୍ରଶାନ୍ତ ସେଠି, ପୂର୍ବ କାଉନସିଲର ହରମୋହନ ମହାପାତ୍ର, ରାଜନୈତିକ ତଥା ସାମାଜିକ କାର୍ଯ୍ୟକର୍ତା ଶ୍ରୀମତୀ ସନ୍ଧ୍ୟା ଲାକ୍ରା, ଶ୍ରୀ ପିଙ୍କୁ ଜୈସ୍ୱାଲ, ଶ୍ରୀ ସଂଜିତ ଛୋଟ ରାୟ, ଶ୍ରୀମତୀ ଜ୍ୟୋସ୍ନା ନାୟକ, ଶ୍ରୀ ସୁଧାଂଶୁ ସାମଲ, ଶ୍ରୀ ବାବୁ ନାୟକ, ଶ୍ରୀ ବଳବିର ସିଂ ଓ ଆର ଏମ ସି ଡାଇରେକ୍ଟର ଶ୍ରୀ ବିଭୁତି ପୁହାଣ, ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରଥିଲାବେଳେ ଅନୁଷ୍ଠାନ ର ସଦସ୍ୟ ଶ୍ରୀ କୈଳାଶ ସାହୁ, ଜାଫର ନୁମାନ, ଶ୍ରୀ ରଶ୍ମି ରଞ୍ଜନ ନନ୍ଦ, ଶ୍ରୀ ଅନିରୁଦ୍ଧ ବେହେରା, ଶ୍ରୀ ସନ୍ତୋଷ ଶର୍ମା, ଧର୍ମେନ୍ଦ୍ର ପରମାର,ତୋହିଦ ଲାଲ, ଏମ ଡ଼ି ମଂଜୁର, ବିଶ୍ୱଜିତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ସୁରଖୁର ରେ ସମାପନ କରାଇଥିଲେ। ଏହି ଅବସରରେ ପିଜୁଳି, କରଞ୍ଜ, ଜାମୁ, କୃଷ୍ଣ ଚୁଡା, ଶିଶୁ ଇତ୍ୟାଦି ବିଭିନ୍ନ ପ୍ରକାର ର ଶହେଟି ଚାରା ରୋପଣ କରାଯାଇଥିଲା।

