ସମ୍ବଲପୁର,୧୧/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ରେଙ୍ଗାଲି ତହସିଲ ଅନ୍ତର୍ଗତ ନିଶାନ ଭଙ୍ଗା ମୌଜା ହୀରାକୁଦ ଜଳ ଭଣ୍ଡାର ସନ୍ନିକଟ ଅବ୍ୟବହୃତ ଜମିର କିସମ ପରିବର୍ତନ କରି ରାଜସ୍ୱ ବିଭାଗ ଅଧୀନ କୁ ଆଣି ବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦେଶରେ ଅତିରିକ୍ତତହସିଲଦାର କିଶୋର ସାହୁଙ୍କ ଦ୍ୱାର ଶୁଣାଣି କରଯାଇଥିଲା l ଏଥିରେ ବରିଷ୍ଠ ନାଗରିକ ପରିଷଦ ସଭାପତି ଅନ୍ତର୍ଯ୍ୟାମୀ ପାଣି ତଥା କର୍ମକର୍ତା ଗ୍ରହଣ କରି କିସମ ପରିବର୍ତନକୁ ଦୃଢ ବିରୋଧ କରିଥିଲେ l ଉକ୍ତ ଜମି କୁ ଦୀର୍ଘ ଦିନରୁ ବିସ୍ଥାପିତ ପରିବାର ଦଖଲ କରି ଆସୁଅଛନ୍ତି l ଉକ୍ତ ମୌଜର ମୋଟ ୩୫ ଏକର ରୁ ପ୍ରାୟ ୧୫ ଏକର ଜମି ଜବର ଦଖଲ ସରକାରୀ ତଥ୍ୟ ରିପୋର୍ଟ ରେ ଉଲ୍ଲେଖ ଥିଲେ ମଧ୍ୟ୍ୟ ବିଭାଗ ପକ୍ଷରୁ କାର୍ଯ୍ୟନୁଷ୍ଠାନ ହେଉନାହଁ l କିନ୍ତ ଅଂଚଳର ଗରିବ ପରିବାର ଗୁଡିକୁ ଉଛେଦ ନ କରି କିସମ ପରିବର୍ତନ ନକରିବା ପାଇଁ ପରିଷଦ ପକ୍ଷରୁ ଦାବୀ କରାଯାଇଛି I ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ସଭାପତି ଅନ୍ତର୍ଯ୍ୟାମୀ ପାଣି, କୋଷଧ୍ୟକ ବିନୋଦ ବିହାରୀ ନନ୍ଦ, ସମ୍ପାଦକ ପୀତବାସ ତାଣ୍ଡକାର, ଉପଦେଷ୍ଟା ସାଲେଗ୍ରାମ ସାହୁ ପ୍ରମୁଖ ସାମିଲ ଥିଲେ I

