ସମ୍ବଲପୁର,୧୧/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ନାକଟିଦେଉଳ ବ୍ଲକ ଅନ୍ତର୍ଗତ କିସିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସାଇବର୍ ସୁରକ୍ଷା ସଚେତନତା ଶିବିରର ଆୟୋଜନ କରାଯାଇଥିଲା।ଏହି ସଭାରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ କୌଶିକ କୁମାର ପ୍ରଧାନ ସଂଯୋଜନା କରିଥିଲେ।ଉକ୍ତ ସଭାରେ କିସିଣ୍ଡା ଥାନାର ସବ୍ ଇନ୍ସପେକ୍ଟର ଗୋଲକ ବିହାରୀ ପ୍ରଧାନ ମୁଖ୍ୟ ଅତିଥି ରୂପରେ ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ସାଇବର୍ ଠକେଇ, ସାଇବର୍ ଅପରାଧ ଆଦି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।ମହାବିଦ୍ୟାଳୟ ର ଅଧ୍ୟକ୍ଷା ସୁଶ୍ରିତା ଭୋଇ ସଭାପତିତ୍ବ କାର୍ଯ୍ୟ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ କର୍ମଚାରୀ ତଥା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ଏଥିରେ ସମସ୍ତ କର୍ମଚାରୀ ବୃନ୍ଦ ପ୍ରମୁଖ ସହଯୋଗ କରିଥିଲେ ।ପରିଶେଷରେ ସଭାପତି ଙ୍କ ଦ୍ଵାରା ସଭା ସାଙ୍ଗ କରାଯାଇଥିଲା

