ସମ୍ବଲପୁର,17//8,(ଉତ୍କଳ ସମାଚାର),(ସରୋଜ ସାହୁ):ବୀର ସୁରେନ୍ଦ୍ର ସାଏ ଆୟୂର୍ବିଜ୍ଞାନ ଓ ଚିକିତ୍ସା ପ୍ରତିଷ୍ଠାନର ଛାତ୍ରସଂଘ ତରଫରୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ପାରାମେଡିକାଲ ବ ବାଳକ ହଷ୍ଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋର୍ସ କୋଡିନେଟର ଡ଼ା. ସୁନନ୍ଦା ନାୟକ , ସମ୍ମାନନୀୟ ଅତିଥି ଭାବେ ଡ଼ା.ବିଶ୍ୱ ରଞ୍ଜନ ରାଉତରାୟ ଏବଂ ଡ଼ା. ବିକାଶ ରଞ୍ଜନ ପଣ୍ଡା ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଯୁବଶକ୍ତି ଙ୍କ ଦ୍ଵାରା ବିକଶିତ ଭାରତର ସ୍ୱପ୍ନ କିପରି ପୂରଣ ହୋଇପାରିବ ତାହା ମତବ୍ୟକ୍ତ କରିଥିଲେ। ପରିଶେଷରେ ଅତିଥି ଏବଂ ସମସ୍ତ ଛାତ୍ରଙ୍କ ଦ୍ୱାରା ଛାତ୍ରାବାସରେ ବୃକ୍ଷରୋପଣ କରି ସବୁଜ ସମାଜର ଆହ୍ବାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଛାତ୍ରାବାସର ସଂପାଦକ ଅଶ୍ୱିନୀ କୁମାର ମହାନ୍ତି ଓ ସହ-ସଂପାଦକ ଚନ୍ଦନ କୁମାର ବେହେରା ସଫଳତାର ଆୟୋଜନ କରିଥିଲେ। ଏଥିରେ ଛାତ୍ର ସଂଘର ସଭାପତି ଅଙ୍କିତ ବଡ଼ଗୁଛିଆ ଏବଂ ଛାତ୍ର ଗିରିଜା, ଦେବାନନ୍ଦ,ପ୍ରୀତିଶ, ରମାକାନ୍ତ, ଅମୂଲ୍ୟ, ରାହୁଲ୍, ପ୍ରୀତମ୍, ଦେବାଶିଷ, ଅଭିଜିତ୍ ପ୍ରମୁଖ ସହଯୋଗ କରିଥିଲେ।

