ରାଉରକେଲା:17//8,(ଉତ୍କଳ ସମାଚାର)୮୦ ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ସମାଜସେବୀ ବିପିନ ବିହାରୀ ପଟ୍ଟନାୟକ ଓ ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ୱବଧାନରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଂଟନ କରାଯାଇଛି । ପବିତ୍ର ସ୍ୱାଧୀନତା ଦିବସର ମୁଖ୍ୟ ଅତିଥି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର ଆରଜିଏଚରେ ଉପସ୍ଥିତ ରହି ରୋଗୀ ମାନଙ୍କୁ ଫଳ ବଂଟନ କରିବା ସହ ସମସ୍ତ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ଡାକ୍ତଖାନାର ଅଧୀକ୍ଷକ ଡା. ଆନନ୍ଦ ଗୋପାଳ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୀମା ଫତିମା ଏକ୍କା, ଡାକ୍ତଖାନାର ସହ ଅଧୀକ୍ଷକ ଡା. ପଣ୍ଡିତ ସାହୁ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କୁ ଫଳ ବଂଟନ କରିଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ସୁଶ୍ରୀ ଦୀନା ଦସ୍ତଗୀର ଡାକ୍ତରଙ୍କ ସହ ହସ୍ପିଟାଲର ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ରୋଗୀଙ୍କୁ ଫଳ ବଂଟନ ଏକ ମହତ କାର୍ଯ୍ୟ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଡାକ୍ତରଖାନାର ମ୍ୟାନେଜର ପ୍ରାଣତୋଷ ମଣ୍ଡଳ, ସହଯୋଗୀ ଶ୍ରୀବତ୍ସ କୁମାର ରଥ ଓ ଅନ୍ୟାନ୍ୟ କର୍ମଚାରୀ, ସମାଜସେବୀ ଅନିରୁଦ୍ଧ ସ୍ୱାଇଁ ଓ ପି.କେ.ମଣ୍ଡଳ, ସାମ୍ବାଦିକ ବସନ୍ତ କୁମାର ଜେନା, ଯୁବ ସଂଗଠକ ଅବିନାଶ ପୁହାଣ, ହିମାଂଶୁ ପ୍ରଜାପତି, ଅମୀୟ ମହାରାଣା, ଯୁବ ସଂଗଠକ ଅସିତ କୁମାର ମହାନ୍ତି, ଆପେଲା ସ୍ୱାମୀ, ହରଷ ରାଓ ପ୍ରମୁଖ ସହଯୋଗ କରିଥିଲେ ।

