ରାଉରକେଲା:17//8,(ଉତ୍କଳ ସମାଚାର)ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ପ୍ରାଇଡ୍ ପକ୍ଷରୁ ରାଉରକେଲାସ୍ଥିତ ହରିପୁର ବସ୍ତି, ରେଳଷ୍ଟେସନ୍/ରେଳ ଲାଇନ୍ ନିକଟ, ବାସନ୍ତୀ କଲୋନୀରେ ପ୍ରବଳ ବର୍ଷା ଓ ଜଳବନ୍ଦୀ ଯୋଗୁଁ ଅତ୍ୟନ୍ତ ପ୍ରଭାବିତ ପରିବାରଗୁଡ଼ିକ ପାଇଁ ଏକ ରିଲିଫ୍ ଏବଂ ସେବା ଅଭିଯାନର ଆୟୋଜନ କରାଯାଇଥିଲା।ଏହି ଅଭିଯାନ ସମୟରେ କ୍ଲବ୍ର ସଦସ୍ୟମାନେ ପ୍ରଭାବିତ ବସ୍ତି ପରିଦର୍ଶନ କରିଥିଲେ। ଏଠାରେ ଅନେକ ପରିବାର କଠିନ ପରିସ୍ଥିତି ଦେଇ ଗତି କରୁଥିଲେ ଏବଂ ସେମାନଙ୍କୁ ଜରୁରୀ ଜିନିଷପତ୍ରର ପ୍ରବଳ ଅଭାବର ସମ୍ମୁଖୀନ ହେବାକୁ ପଡ଼ୁଥିଲା।ରିଲିଫ୍ କାର୍ଯ୍ୟକ୍ରମ ଅଧୀନରେ କ୍ଲବ୍ ଦ୍ୱାରା ପ୍ରଭାବିତ ଏବଂ ଆବଶ୍ୟକତା ଥିବା ୧୦୦ଟି ପରିବାରକୁ ଚଟାଇ, କମ୍ବଳ ଏବଂ ଛତା ବଣ୍ଟନ କରାଯାଇଥିଲା।ଦଳର ସଦସ୍ୟମାନେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ସିଧାସଳଖ ଆଲୋଚନା କରି ସେମାନଙ୍କର ତାତ୍କାଳିକ ଆବଶ୍ୟକତାଗୁଡ଼ିକୁ ବୁଝିଥିଲେ।ପରିସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା। ଜଳବନ୍ଦୀ ସମସ୍ୟା, ନଷ୍ଟ ହୋଇଯାଇଥିବା ଜିନିଷପତ୍ର ଏବଂ ମୌଳିକ ସୁବିଧାର ଅଭାବ ଯୋଗୁଁ ଅନେକ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ଏହି ପଦକ୍ଷେପ ମାଧ୍ୟମରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ପ୍ରାଇଡ୍ର ମୂଳ ଉଦ୍ଦେଶ୍ୟ ଥିଲା ଏହି ବିପଦ ସମୟରେ ପରିବାରଗୁଡ଼ିକୁ ତ୍ୱରିତ ରିଲିଫ୍, ସାନ୍ତ୍ୱନା ଏବଂ ସହଯୋଗ ଯାଇଗାଇବା।ଏଥିସହିତ କ୍ଲବ୍ ସେବା ହିଁ ସର୍ବୋପରି” ଆଦର୍ଶ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇଥିଲା। ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ପ୍ରାଇଡ୍ ଏହି ଅଭିଯାନ ଉପସ୍ଥିତ ସଦସ୍ୟଗଣ:୧. ରୋଟାରିଆନ୍ ନିଗମ ଅଗ୍ରୱାଲ – ସଭାପତି ୨. ରୋଟାରିଆନ୍ ବିଶ୍ୱନାଥ ଦେ – ସଚିବ . ରୋଟାରିଆନ୍ ରାଜେଶ ଗୁପ୍ତା – ସହ-ସଚିବ ୪. ବାସନ୍ତୀ କଲୋନୀର ସମାଜସେବୀ – ମିଟୁ ବେଉରିଆ ଏବଂ ବୁଟୁ ୫. ବସ୍ତିର କର୍ମକର୍ତ୍ତା – ରବି ଜେନା ଏବଂ ଅନ୍ୟାନ୍ୟ

