କେନ୍ଦୁଝର:17//8,(ଉତ୍କଳ ସମାଚାର)କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପାହାଡ଼ର ବିଭନ୍ନ ସ୍ଥାନ ରେ ମାଟି ନରମ ଓ ପୁନର୍ବାର ଭୂସ୍ଖଳନ ଆଶଙ୍କା ଥିବାରୁ, ଶ୍ରମିକ ଓ ଯନ୍ତ୍ରପାତିର ସୁରକ୍ଷା ପାଇଁ ତରବରିଆ ଭାବେ ବିଭିନ ସ୍ଥାନ ରେ ହୋଇଥିବା ଭୂସ୍ଖଲଣ ମାଟି ଓ ପଥର ହଟାଇବା ବିପଜ୍ଜନକ ରହିଛି । ଟ୍ରାଫିକ୍ ଜାମ୍ ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଆନ୍ତରିକ ଭାବେ ଦୁଖ ପ୍ରକାଶ କରିଛି , ପରିସ୍ଥିତି ଅନୁକୂଳ ହେବା ପରେ ରାସ୍ତା ର ଏକ ପାର୍ଶ୍ୱ ଦେଇ ଗାଡ଼ି ଚଳାଚଳ ସ୍ୱାଭାବିକ କରାଯାଇଛି। ସମସ୍ତ ୮ଟି କ୍ଷତିଗ୍ରସ୍ତ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଭାଗୀୟ କର୍ମଚାରୀମାନେ ଅତ୍ୟନ୍ତ ଜଟିଳ ଭୌଗୋଳିକ ଓ ବନ୍ଧୁର ପରିସ୍ଥିତିରେ ଆହ୍ୱାନ ଏବଂ ବିପଦ ମଧ୍ୟରେ ନିରନ୍ତର କାମ କରୁଛନ୍ତି। ପ୍ରବଳ ବର୍ଷା ଯୋଗୁଁ ୧୭ ତାରିଖ ମଧ୍ୟାହ୍ନ ସୁଦ୍ଧା ବୈତରଣୀ ନଦୀର ଜଳପତ୍ତନ ଚମ୍ପୁଆ ରେ ୩୭୪.୧୦ ମିଟର ,ସ୍ୱମପଟଣାରେ ୩୧୧.୪୫ ମିଟର ,ଆନନ୍ଦପୁର ରେ ୩୯.୧୦ ମିଟର ରହିଥିବା ବେଳେ ଆଜି ଜିଲ୍ଲାର ସଦର ବ୍ଲକ ରେ ୨୨.୨ ମିମି ,ବାଂଶପାଳ ରେ ୧୨.୨ ମିମି ,ତେଲକୋଇରେ ୨୧.୨ ମିମି ପାଟଣା ରେ ୧୦୮.୦ ମିମି ସାହାରପଡା ରେ ୭୮.୨ ମିମି ,ଘଟଗାଁ ରେ ୩୭.୪ ମିମି ,ହରିଚନ୍ଦନପୁର ରେ ୩୪.୮ ମିମି ,ଆନନ୍ଦପୁର ରେ ୩୭.୪ ମିମି ,ହାଟଡ଼ିହି ରେ ୭୯.୬ ମିମି,ଚମ୍ପୁଆ ରେ ୯୭.୧ ମିମି ,ଯୋଡ଼ା ରେ ୧.୨ ମିମି ବୃଷ୍ଟିପାତ ହୋଇଥିବାର ରେକର୍ଡ ହୋଇଛି ଜିଲ୍ଲାରେ ସମୁଦାୟ ୫୯୬.୯ ମିମି ବର୍ଷା ହୋଇଛି , ଜିଲ୍ଲାପାଳ ଖୋଦ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖି ଯୁଦ୍ଧକାଳୀନ ଭିତ୍ତିରେ ବିପର୍ଜୟ ପ୍ରଶମନ କାର୍ଜୟ ତଦାରଖ କରୁଛନ୍ତି ,

