ରାଉରକେଲା:୧୮//୮//୨୬,(ଉତ୍କଳ ସମାଚାର) ରିଖ ହିନ୍ଦ ମଜୁଦୂର ସଭା ର ରାଜ୍ୟ ସମ୍ପାଦକ ଦିଗାମ୍ବର ମହାନ୍ତି, ରାଉରକେଲା -ଭୁବନେଶ୍ୱର- ରାଉରକେଲା ଇଣ୍ଟରସିଟି ବିଗତ ଦୁଇ ରୁ ତିନି ମାସ ଭିତରେ ଟ୍ରେନ ଟି ତାର ନିର୍ଦ୍ଧାରିତ ସମୟ ସାରଣୀ ବାହାରେ ଚଳାଚଳ କରୁଛି, ଅନେକ ଦିନ ମଧ୍ୟ ଟ୍ରେନ ଟି ବାତିଲ କରାଯାଉଛି,ଏହି ଟ୍ରେନ ଟି ପ୍ରତିଦିନ ସକାଳ (ଭୋର) ୫ଟା ରେ ରାଉରକେଲା ରୁ ବାହାରି ଦିନ ୧୨ଟା ୩୫ରେ ଭୁବନେଶ୍ୱର ପହଂଚି ଦିନ ଗୋଟାଏ ଚାଳିଶିରେ ଭୁବନେଶ୍ୱର ରୁ ବାହାରି ରାତି ୯ଟା ୧୫ ରେ ରାଉରକେଲା ରେ ପହଂଚିବା ପରିବର୍ତ୍ତେ ଗତ ଏକ ମାସ ଧରି ଟ୍ରେନ ଟି ନିଦ୍ଧାରିତ ସମୟ ସାରଣୀ ପରିବର୍ତ୍ତେ ଅନିୟମିତତା ଭିତରେ ଗତି କରୁଥିବାରୁ ଆଜି ଟ୍ରେନ ଟି ରାଉରକେଲା ରୁ ବାତିଲ କରାଯାଇଛି,ରାଜ୍ୟ ଭିତରେ ଆଉ ଦୁଇଟି ଇଣ୍ଟେର୍ସିଟି ନିୟମିତ ସମୟ ସାରଣୀ ରେ ଚାଲୁଥିବା ବେଳେ, ରାଉରକେଲା- ଭୁବନେଶ୍ୱର- ରାଉରକେଲା ଇଣ୍ଟେର୍ସିଟି କୁ କିଛି କିଛି ଛୋଟ ଛୋଟ ଷ୍ଟେସନରେ ଅଧ ଅଧ ଘଣ୍ଟା,ଘଣ୍ଟା ଘଣ୍ଟା ଉଦ୍ଦେଶ୍ୟ ମୂଳକ ଭାବେ ରଖାଯାଇ ମାଲବାହି ଟ୍ରେନ ଵା ଗୂଡ଼ସ ଟ୍ରେନକୁ ଛଡ଼ାଯିବା ଦ୍ୱାରା ରାଉରକେଲା ଷ୍ଟେସନ୍ ରେ ବିଳମ୍ବିତ ରାତିରେ ଓଲ୍ହାଉ ଥିବା ରେଳ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ବେଳେ ଟ୍ରେନ ଟି ନିର୍ଦ୍ଧାରିତ ସମୟ ସାରଣୀ ବାହାରେ ଚାଲୁଥିବା କାରଣରୁ ଟ୍ରେନ ଟିର ସଫାଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତତସହିତ ଆଜି ତା ୧୮. ୮.୨୬ ରିଖ ରେ ଟ୍ରେନ ଟି ବାତିଲ ହୋଇଛି,ଏହିମାସକ ଭିତରେ ଟ୍ରେନ ଟି ୪ ଥର ବାତିଲ ହୋଇଛି, ଡବଲ ଇଂଜିନ ସରକାରରେ ରାଉରକେଲା -ଭୁବନେଶ୍ୱର -ରାଉରକେଲା ଇଣ୍ଟେର୍ସିଟି ଟି ରେଳ ଯାତ୍ରୀ ଙ୍କ ସହିତ ଏହି ଟ୍ରେନ ପାଇଁ ନିୟୋଜିତ ସଫାଇ କର୍ମଚାରୀ ମଧ୍ୟ ଦୁଃଖ ଭୋଗୁଛନ୍ତି, ଏଣୁ ଏହି ଟ୍ରେନ ଟି ବର୍ତ୍ତମାନ ରାଉରକେଲା ର ଦୁଃଖ ପାଲଟିଛି,ଶ୍ରୀ ମହାନ୍ତି ଏକ ପ୍ରେସ ବିବୃତ୍ତି ରେ ଜଣାଇ ଛନ୍ତି
