ରାଉରକେଲା,ତା ୧୮/୦୮/୨୬,(ଉତ୍କଳ ସମାଚାର) ରିଖରେ,ରାଉରକେଲା ର ଲୋକପ୍ରିୟ ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦେଶ ଅନୁଯାଇ, ରାଉରକେଲା ବିଜେଡ଼ି ର ଏକ ପ୍ରତିନିଧି ମଣ୍ଡଳୀ,ଜିଲ୍ଲାପାଳ ଡ଼ ଶୁଭଂକର ମୋହାପାତ୍ର ଙ୍କୁ ମୋହ।ନଗର ନିଗମ କାର୍ଜ୍ୟାଳୟରେ ସାକ୍ଷାତ କରି ରାଉରକେଲା ବାସୀଙ୍କର ବିଗତ ଦିନରେ ପ୍ରବଳ ବୃଷ୍ଟିପାତ ଜନିତ ହୋଇଥିବା ବିଭିର୍ଣ ଅସୁବିଧା ଗୁଡିକ ପାଇଁ କ୍ଷତିପୂରଣ ରାଜ୍ୟ ସରକାରଙ୍କ ଠାରୁ ମିଳିବାପାଇଂ ଦାବିକରିଥିଲେ । ଭବିଷ୍ୟତରେ ଅତ୍ୟଧିକ ବୃଷ୍ଟି ହେଲେ ମଧ୍ୟ,ରେଳ ଅଧିକାରୀ,ଇସ୍ପାତ କାରଖାନା ଅଧିକାରୀ,ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ,ଲୋକସଭା ସଦସ୍ୟ ଏବଂ ବିଧାୟକ ମାନେ ମିଳିତ ହୋଇ, ସହରର ଅତ୍ୟଧିକ ପ।ଣି କିପରି ନିଷ୍କାସିତ ହୋଇପାରିବ ତାହାର ଏକ ମାଷ୍ଟର ନକ୍ସା କରାଯାଇ କ।ର୍ଯକାରୀ କରିବାପାଇଂ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରଯାଇଥିଲା । ଜିଲ୍ଲାପାଳ ସମସ୍ତ ବିଷୟକୁ ଉପଲବ୍ଧି କରି ଯଥା ଶୀଘ୍ର ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତିଦେଇଥିଲେ । ଏହି ଉପଲକ୍ଷେ ସହରର ଉନ୍ନୟନ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁଜିଲ୍ଲାପାଳଙ୍କ ଜରିଆରେ ସ୍ଵତନ୍ତ୍ର ଆର୍ଥିକ ସହାୟତା ଦେବାପାଇଁ ଦାବିପତ୍ର ଦିଆଯାଇଥିଲା ।ଉକ୍ତ ଦାବିପତ୍ରରେ, କ୍ରମାଗତ ପ୍ରବଳ ବର୍ଷାକୁ ପ୍ରକୃତିକ ବିପର୍ଯୟ ଘୋଷଣା କରି କ୍ଷତିଗ୍ରସ୍ତଙ୍କୁଅବଶ୍ୟକୀୟ ସରକାରୀ ସହାୟତା ପ୍ରଦାନ,ବିପର୍ଯୟ ହୋଇ ପଡିଥିବା ସମସ୍ତ ରାସ୍ତା ଘାଟ ତୁରନ୍ତମରାମତି କରିବା,ନୂତନ ନାଳ,ନିର୍ମାଣଧୀନ ନାଳ ଗୁଡିକୁ ତିଆରି ସହିତ ପରସ୍ପର ସଂଯୋଗି କରଣ,ନଦୀଜଳ ବନ୍ୟାରୁ ସାହାରବାସୀଙ୍କୁ ସୁରକ୍ଷିତ ରଖିବାପାଇଂପ୍ରସ୍ତାବିତ ଥିବା ଝିରପାଣି ଠାରୁ ଦେଓଗାଁପର୍ଯ୍ଯନ୍ତ ନଦୀବନ୍ଧ ଯୋଜନା ଯଥାଶୀଘ୍ର କ।ର୍ଜୟକାରୀ କରାଯାଉ । ପ୍ରତିନିଧି ମଣ୍ଡଳରେ,ବାରିଷ୍ଟନେତା ଶ୍ରୀ ଜୟନ୍ତ କୁମାର ମିଶ୍ର,ବିରେନ ସେନାପତି,ପ୍ରଶାନ୍ତ ଶେଠୀ, ସନ୍ତୋଷ କୁମାରନାୟକ,ସନ୍ଧ୍ଯା ଲାକ୍ରା,ଛବି ମହାନ୍ତି,ଯୋଷ୍ଣା ନାୟକ, ବାବୁ ଖାନ,ପିଙ୍କୁ ଜୟସ୍ଵଳ,ସଞ୍ଜିତଛୋଟରାୟ,ବୁବୁଲି ରାଉତ, କାବୁଲି ପ୍ରତିହାରୀ,ସୁଧାଂଶୁ ସାମଲ ସମେତ ଉପସ୍ଥିତ ରହିଥିଲେ ।ଜୟନ୍ତ କୁମାର ମିଶ୍ର

