ସମ୍ବଲପୁର,୨୦/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ରେଙ୍ଗାଲି ବ୍ଲକ ସାଲଡ଼ ଗ୍ରାମ ଧର୍ମ ପରାୟଣ ବ୍ୟକ୍ତିତ୍ୱ ତଥା କୀର୍ତନ ପ୍ରେମୀ ମକ୍ତାରି ସାହୁ ୯୪ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସଂକୀର୍ତନ ପ୍ରେମୀ ତଥା ମୁଖ୍ୟ ଗାହାକ ଭାବରେ ଅଂଚଳରେ ସହ ସମ୍ବଲପୁର, ସୁନ୍ଦରଗଡ଼, ଲକ୍ଷଣପୁର ବେଲପାହାଡ ଅଂଚଳରେ ସୁନାମ ଅର୍ଜନ କରି ଥିଲେ I ଜଣେ ଭଲ ଚାଷୀ ଭାବରେ ଜିଲ୍ଲା ସ୍ଥରରେ କୃଷି ବିଭାଗ ପକ୍ଷରୁ ମଧ୍ୟ୍ୟ ପୁରସ୍କୃତ ହୋଇଛନ୍ତି I ସାଲାଡ଼ ନୁଆଁଖାଇ ଭେଟଘାଟରେ ଶ୍ରେଷ୍ଠ କଳାକାର ଭାବରେ ସମ୍ମାନିତ ମଧ୍ୟ୍ୟ କରଯାଇଛି I ତାଙ୍କର ପରଲୋକରେ ଅଂଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି l ତାଙ୍କ ର ପାଞ୍ଚ ଝିଅଙ୍କ ସମେତ ଜୋଇଁ ନାତି, ନାତୁଣୀ ପଣ ନାତି ଏବଂ ବହୁ ଗଣ୍ୟ ମାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ହୋଇ ଥିଲେ I ପୁତ୍ର ନିତ୍ୟାନନ୍ଦ ସାହୁ ସ୍ଥାନୀୟ ସ୍ମଶାନରେ ମୁଖାଗ୍ନି ଦେବା ସହିତ ଶେଷକୃତ କରଯାଇଥିଲା l

