ସମ୍ବଲପୁର,୨୦/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ କିସିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ଯୁବ ରେଡକ୍ରସ୍ ଶାଖା ତରଫରୁ ନିଶା ନିବାରଣ ଉପରେ ଏକ ସଚେତନତା ଶିବିରର ଆୟୋଜନ କରାଯାଇଥିଲା।ଏହି ସଭାରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ କୌଶିକ କୁମାର ପ୍ରଧାନ ସଂଯୋଜନା କରିଥିଲେ।ଉକ୍ତ ସଭାରେ କିସିଣ୍ଡା ଥାନାଧିକାରି ରାଜେନ୍ଦ୍ର ବେହେରା, ସବ୍ ଇନ୍ସପେକ୍ଟର ଗୋଲକ ବିହାରୀ ପ୍ରଧାନ ମୁଖ୍ୟ ଅତିଥି ରୂପରେ ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ନିଶା ନିବାରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ନିମିତ୍ତ ଉପଦେଶ ଦେଇଥିଲେ ଏବଂ ସର୍ବଶେଷରେ ଶପଥ ପାଠ ମଧ୍ୟ କରାଯାଇଥିଲା ।ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସୁଶ୍ରିତା ଭୋଇ ସଭାପତିତ୍ବ କାର୍ଯ୍ୟ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ କର୍ମଚାରୀ ତଥା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ଏଥିରେ ସମସ୍ତ କର୍ମଚାରୀ ବୃନ୍ଦ ପ୍ରମୁଖ ସହଯୋଗ କରିଥିଲେ ।ପରିଶେଷରେ ସଭାପତିଙ୍କ ଦ୍ଵାରା ସଭା ସାଙ୍ଗ କରାଯାଇଥିଲା

