ସମ୍ବଲପୁର,୨୧/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ଜ଼ିଲ୍ଲାର ରେଙ୍ଗାଲି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି I ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ପୋଲିସ ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବା ସହ ୧୩ଟି ଚୋରି ୨ ଚକିଆ ଯାନ ଜବତ କରିଛି।ପୋଲିସ ସୂଚନା ଅନୁଯାୟୀ, ସନ୍ଦେହଜନକ ଭାବେ ବୁଲୁଥିବା ନିରନ ସୁନା (୨୩), ରାଜୁ ନାଗ (୨୬) ଓ ପ୍ରମୋଦ ତାଣ୍ଡିଆ (୩୦)ଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବା ପରେ ଏହି ବଡ଼ ଚୋରି ଗ୍ୟାଙ୍ଗ ସମ୍ପର୍କରେ ତଥ୍ୟ ମିଳିଥିଲା। ପୋଲିସ I ଅଭିଯୁକ୍ତ ମାନଙ୍କଠାରୁ ରାୟଲ ଏନଫିଲ୍ଡ, ପଲସର, ଆପାଚି, ୟାମାହା, ଜିକ୍ସର ଏବଂ ସ୍କୁଟି ଭଳି ୧୩ଟି ଦାମୀ ବାଇକ୍ ଜବତ କରିଛି। ଏହି ମାମଲାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି I ଏହି ଗ୍ୟାଙ୍ଗର ଅନ୍ୟଜଣେ ସହଯୋଗୀ ଅଜୟ କୁମ୍ଭାର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ, ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।ଗୁରୁବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ ପି ଅଜୟ କୁମାର ମିଶ୍ର ସୂଚନା ଏହି ଦେଇଥିଲେ I


