ସମ୍ବଲପୁର,୨୧/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପରିଷଦ ତଥା ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ସଭାପତି ଅନ୍ତର୍ଯ୍ୟାମୀ ପାଣିଙ୍କ ସଭାପତିତ୍ବରେ ରେଙ୍ଗାଲି ଦୁର୍ଗା ମଣ୍ଡପ କାର୍ଯ୍ୟଳୟରେ ପାଳିତ ହୋଇଥିଲା l ମା ମସମଲେଇଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ ପୂର୍ବକ ସମସ୍ତ ନାଗରିକଙ୍କ ସୁସ୍ଥ, ସୁଖ ଶାନ୍ତି ନିରାମୟ କାମନା କରି ପ୍ରାର୍ଥନା କରଯାଇଥିଲା l ଅଂଚଳର ବରିଷ୍ଠ ନାଗରିକ ଶିକ୍ଷାବିତ୍ ତଥା ପରିଷଦ ର ପୂର୍ଵତନ ସଭାପତି ବସନ୍ତ କୁମାର ନାୟକଙ୍କୁ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ପରିଷଦ ପକ୍ଷରୁ ଉପଢୌକନ ଦେଇ ସମ୍ମାନିତ କରଯାଇଥିଲା l ସମାଜରେ ବରିଷ୍ଠ ତଥା ବୟସ୍କ ନାଗରିକଙ୍କ ସୁରକ୍ଷା ସମ୍ମାନ, ମାନବିକ ଅଧିକାର ଉପରେ ବକ୍ତାମାନେ ଆଲୋକପାତ କରିଥିଲେ l ଏଥିରେ ପୂର୍ବ ତନ ବିଧାୟକ ଦୁର୍ଯୋଧନ ଗରଡିଆ, କୋଷାଧକ୍ଷ ବିନୋଦ ବିହାରୀ ନନ୍ଦ, ପୀତବାସ ତାଣ୍ଡକାର,, କିଶୋର ସାହୁ, ସୀତାରାମ ସାହୁ, ସୁବନ ଚାନ୍ଦ ସାହୁ,ସାଲେଗ୍ରାମ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

