ପାପଡ଼ାହାଣ୍ଡି:26//8,(ଉତ୍କଳ ସମାଚାର) ପ୍ରକୃତି ସୁରକ୍ଷା ଓ ପରିବେଶ ସଚେତନତାର ଏକ ନିଆରା ବାର୍ତ୍ତା ନେଇ ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, ଜାମ୍ବ ଗୁଡ଼ା ରେ ‘ମାଆ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଶିକ୍ଷକ ବାବୁଲାଲ ସାଗରଙ୍କ ଅଧ୍ୟକ୍ଷତାରେ ପ୍ରାର୍ଥନା ସଭାରେ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଯାଇଥିଲା।ପ୍ରଧାନମନ୍ତ୍ରୀଙ୍କ ‘ମାଆ ପାଇଁ ଗଛଟିଏ’ ଓ ସବୁଜ ଭାରତର ପରିକଳ୍ପନାକୁ ବିଦ୍ୟାଳୟ ସ୍ତରରେ ସଫଳ କରିବା ପାଇଁ ପିଲାମାନଙ୍କୁ ନିଜ ମାଆଙ୍କ ନାମରେ ଗଛ ଲଗାଇବାକୁ ପ୍ରେରଣା ଦିଆଯାଇଥିଲା।ଆଙ୍କ ନାମରେ ଗଛଟିଏ—ପ୍ରକୃତି ପାଇଁ ଏକ ସବୁଜ ପ୍ରତିଶ୍ରୁତି।”ଛାତ୍ରଛାତ୍ରୀମାନେ ମଧ୍ୟ ଗାଁରେ ନିଜ ମାଆଙ୍କ ନାମରେ ଗଛ ଲଗାଇ ତାହାର ଯତ୍ନ ନେବାକୁ ସଙ୍କଳ୍ପ କରିଥିଲେ।“ଆଜି ଲଗାଇଥିବା ଗଛଟି ଆମ ଜୀବନ, ଆମ ଗାଁ ଓ ଆମ ଆଗାମୀ ପିଢ଼ି ପାଇଁ ସବୁଦିନ ମନେ ରହିବ”—ବୋଲି ଛାତ୍ରଛାତ୍ରୀମାନେ ନିଜ ମତ ପ୍ରକାଶ କରିଥିଲେ। ଏଭଳି ଏକ ଉତ୍ତମ ଚିନ୍ତାଧାରା ପାଇଁ ସେମାନେ ଶିକ୍ଷକ ବାବୁଲାଲ ସାଗରଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଅଭିଯାନକୁ ସଫଳ କରିବାରେ ଶିକ୍ଷକ ରାମେଶ୍ୱର ବିଷୋୟୀ, ବିନୋଦ ହରିଜନ ଓ ପବିତ୍ର ମୋହନ ନାୟକ ସହଯୋଗ କରିଥିଲେ।ବିଦ୍ୟାଳୟର ଏହି ନିଆରା ପ୍ରୟାସକୁ ଗ୍ରାମବାସୀ ପ୍ରଶଂସା କରିବା ସହ ପ୍ରକୃତି ବନ୍ଧୁ ଶିକ୍ଷକ ବାବୁଲାଲ ସାଗରଙ୍କୁ ଏଭଳି ନୂତନ ଓ ସୃଜନଶୀଳ ପରିବେଶମୁଖୀ କାର୍ଯ୍ୟ ଜାରି ରଖିବାକୁ ଉତ୍ସାହିତ କରିଥିଲେ।

