ମୈଦଲପୁର:27//8,(ଉତ୍କଳ ସମାଚାର)ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦଲପୁରସ୍ଥିତ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି। ବି.କେ. ଅଞ୍ଜୁ ଦିଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ଅତିଥି ଓ ଶୁଭେଚ୍ଛୁମାନେ ଯୋଗଦେଇଥିଲେ।ଏହି ଅବସରରେ ବି.କେ. ଅଞ୍ଜୁ ଦିଦି, ତ୍ରିନାଥ ପଟ୍ଟନାୟକ, ଅଭିମନ୍ୟୁ ବିଶୋଇ, ବ୍ରାସନ୍ତି ମାତା, ପାର୍ବତୀ ମାତା, ବ୍ରହ୍ମକୁମାର ଦିନୋମଣି ଭାଇଙ୍କ ସମେତ ପ୍ରକୃତି ମିତ୍ର ବାବୁଲାଲ ସାଗର, କୁମାରୀ ଲକ୍ଷ୍ମୀଶ୍ରୀ ଓ କୁମାର ଭାଗବତ ଶ୍ରୀ ଉପସ୍ଥିତ ଥିଲେ। ବି.କେ. ଅଞ୍ଜୁ ଦିଦି ପ୍ରକୃତି ମିତ୍ର ବାବୁଲାଲ ସାଗର, କୁମାରୀ ଲକ୍ଷ୍ମୀଶ୍ରୀ ଓ କୁମାର ଭାଗବତ ଶ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇ-ଭଉଣୀର ପବିତ୍ର ସମ୍ପର୍କର ବାର୍ତ୍ତା ଦେଇଥିଲେ।ଉତ୍ସବରେ ପ୍ରକୃତି ମିତ୍ର ବାବୁଲାଲ ସାଗର ବାବାଙ୍କ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଦାନ କରି କହିଥିଲେ ଯେ, “ଆମେ ସମସ୍ତେ ବାବାଙ୍କ ପବିତ୍ର ବନ୍ଧନରେ ବାନ୍ଧି ହୋଇ ନିଜକୁ ସୁରକ୍ଷିତ ଓ ସଂଯମୀ ରଖିବା ହିଁ ପ୍ରକୃତ ରକ୍ଷାବନ୍ଧନ।” ରକ୍ଷାବନ୍ଧନ କେବଳ ରାକ୍ଷୀ ବାନ୍ଧିବାର ପର୍ବ ନୁହେଁ, ବରଂ ନିଜ ଜୀବନରେ ପବିତ୍ରତା, ସଂଯମ, ଭାଇଚାରା ଓ ନୈତିକତାକୁ ଧାରଣ କରିବାର ସଙ୍କଳ୍ପ ବୋଲି ସେ ବୁଝାଇଥିଲେ।ଉତ୍ସବ ଅବସରରେ ଆଧ୍ୟାତ୍ମିକ ଚିନ୍ତନ, ପବିତ୍ରତା ଓ ପରସ୍ପର ସ୍ନେହର ବାର୍ତ୍ତା ପ୍ରଚାରିତ ହୋଇଥିବାବେଳେ ଉପସ୍ଥିତ ସମସ୍ତେ ଶାନ୍ତି, ସଦ୍ଭାବନା ଓ ମାନବିକତାର ପଥରେ ଆଗେଇବା ପାଇଁ ସଙ୍କଳ୍ପ ନେଇଥିଲେ।

