ସମ୍ବଲପୁର,୩୧/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ବୁର୍ଲା ସ୍ଥିତ ଏସ ଏମ ସି କଲ୍ୟାଣ ମଣ୍ଡପ ଠାରେ ବୁର୍ଲାର ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ଅଗଷ୍ଟ ୧ ରେ ପାଳିତ ହୋଇଥିବା ସମ୍ବଲପୁରୀ ଦିନର ସଫଳତା ପାଇଁ ସମସ୍ତ ସଭ୍ୟ /ସଭ୍ୟାଙ୍କ ଉପସ୍ଥିତିରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ସଭାପତି ପ୍ୟାରୀମୋହନ ପୁଜାହାରୀଙ୍କ ସଭାପତିତ୍ୱରେ, ମୁଖ୍ୟ ଉପଦେଷ୍ଟା ପ୍ରଫେସର ବ୍ରଜ ମୋହନ ମିଶ୍ର, ଉପଦେଷ୍ଟା ସଦସ୍ୟ ପ୍ରସନ୍ନ କୁମାର ସାହୁ, ଚନ୍ଦ୍ରାବତୀ ନାୟକ, ରାଜକିଶୋର ଜାଯୋଡ଼ିଆ, ଯଶୋବନ୍ତ ମାଝି, ଅର୍ଜୁନ ମେହେର, ବୈଶାଖୁ କଲେତ, ସମ୍ପାଦକ ଦେବାଶିଷ ନନ୍ଦ, ସାଂସ୍କୃତିକ ସମ୍ପାଦକ ତରଣୀସେନ ଚାନ୍ଦ,ଉପ ସଭାପତି ପ୍ରେମାନନ୍ଦ ଷଣ୍ଢ, କାର୍ଯ୍ୟକାରୀ ସମ୍ପାଦକ ନୟନ କୁମାର ନାୟକ, ସହ ସମ୍ପାଦକ ଆକାଶ ଆଚାର୍ଯ୍ୟ, କୋଷାଧକ୍ଷ ସତ୍ୟବ୍ରତ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ I ଅଶ୍ୱିନୀ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ଦିନ ର ଆୟ ବ୍ୟୟ ର ଆଲୋଚନା ହୋଇଥିବା ବେଳେ ଆଗାମୀ ନୁଆଁଖାଇ ଭେଟ ଘାଟ ପାଳନ ସମ୍ବନ୍ଧରେ କମିଟିର ସଭାପତି ଓ ସମ୍ପାଦକ ରାମେଶ୍ୱର ସିଂ ତାଙ୍କର ମତାମତ ରଖିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସକ୍ରିୟ ସଦସ୍ୟ ସୁବ୍ରତ କୁମାର ପଟ୍ଟନାୟକ, ଇଂ ଦୀପକ ରାଉତ, ହରିଶଙ୍କର ପଣ୍ଡା, ହିମାଂଶୁ ଦାସ, ଉଦିପ୍ତ ନାୟକ , ସୋମନାଥ ଆପଟ , ଗୋପାଳ ପ୍ରଧାନ, ଶୁଭକାନ୍ତ ପଣ୍ଡା,ମହିଳା ସଭ୍ୟା ଶ୍ରୀମତୀ ମନୋରମା ଦାସ, ମିନତୀ ପୁଜାହାରୀ, ସରସ୍ବତୀ ମହନ୍ତ, ସତ୍ୟଭାମା ସାହୁ, ପ୍ରତିଭା ବାରିକ, ରୋହିଣୀ ପ୍ରଧାନ, ସନ୍ତୋଷିନୀ ସେଠୀ, ନିର୍ମଳା ସେଠି ତଥା ୨ ଶହରୁ ଅଧିକ ସଭ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I ସମସ୍ତ ସଭ୍ୟ, ସଭ୍ୟା ତଥା ଆମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ସମେତ ଏକ ନୈଶ୍ୟ ଭୋଜିର ଆୟୋଜନ କରାଯାଇଥିଲା I ପରିଶେଷରେ ସହ ସମ୍ପାଦକ ଜୟନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

