ରାଉରକେଲା:1//9,(ଉତ୍କଳ ସମାଚାର) ଲାଇନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସ ଦ୍ୱାରା ପରିଚାଳିତ ବେଦବ୍ୟାସ ଲାଇନ୍ସ ଆଇ ଆଣ୍ଡ ଜେନେରାଲ ହସ୍ପିଟାଲରେ ମଙ୍ଗଳବାର ଦିନ ଅଗଷ୍ଟ ମାସର ମାଗଣା ମୋତିଆବିନ୍ଦୁ (ଆଇଓଏଲ୍) ଶିବିରର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଫଳ ଅପରେସନ୍ କରାଇଥିବା ରୋଗୀମାନଙ୍କୁ ମାଗଣା ଚଷମା ଓ ଔଷଧ ବଣ୍ଟନ କରାଯାଇଥିଲା ଏବଂ ଶିବିରରେ ସହଯୋଗ କରିଥିବା ଦାନୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଲାଇନ୍ ରାଜେଶ ଅଗ୍ରୱାଲ ଏବଂ ସଙ୍ଗୀତା ଅଗ୍ରୱାଲ (ଯେଉଁମାନେ ଦାନୀ ଆଶୁତୋଷ ଅଗ୍ରୱାଲ ଓ ଆଶିଷ ଅଗ୍ରୱାଲଙ୍କ ତରଫରୁ ଉପସ୍ଥିତ ଥିଲେ), ମାରୱାଡ଼ି ଯୁବ ମଞ୍ଚ ଜାଗୃତି ଶାଖାର ପଦାଧିକାରୀ ସଚିବ କଞ୍ଚନ ଅଗ୍ରୱାଲ, ପୂର୍ବତନ ସଭାପତି ଶଶୀ ଅଗ୍ରୱାଲ, ବରଖା ଜୈନ ଏବଂ ସରଳା ଚାଣ୍ଡକ ଅନ୍ତର୍ଭୁକ୍ତ ଥିଲେ। ହସ୍ପିଟାଲ ପକ୍ଷରୁ ଅଗଷ୍ଟ ମାସରେ ବିଭିନ୍ନ ଗ୍ରାମରେ ଚକ୍ଷୁ ପରୀକ୍ଷା ଶିବିର କରାଯାଇ ରୋଗୀମାନଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସେମାନଙ୍କୁ ମାଗଣା ଚିକିତ୍ସା, ଖାଦ୍ୟ ତଥା ଯାତାୟାତ ସୁବିଧା ଯାଇଗାଇଥିଲା। ଏହି ସମୟ ମଧ୍ୟରେ ୧୪୦ ଜଣ ରୋଗୀଙ୍କର ସଫଳ ମୋତିଆବିନ୍ଦୁ ଅପରେସନ୍ କରାଯାଇଛି। ଉତ୍ସବରେ ସଭାପତି ଲାଇନ୍ ମନୋଜ ଅଗ୍ରୱାଲ, ହସ୍ପିଟାଲ୍ ଚେୟାରମ୍ୟାନ୍ ଲାଇନ୍ ସୁରେଶ କେଜ୍ରିୱାଲ, ପୂର୍ବତନ ସଭାପତି ତଥା ସାଇଟ୍ ଫାଷ୍ଟ ଚେୟାରମ୍ୟାନ୍ ଲାଇନ୍ ଅତୁଲ ସାଂଘଭୀ, ଉପସଭାପତି ଲାଇନ୍ ସତୀଶ ଗୌତମଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ। ଲାଇନ୍ ସୁରେଶ କେଜ୍ରିୱାଲ ସୂଚନା ଦେଇ କହିଥିଲେ ଯେ ହସ୍ପିଟାଲରେ ଚକ୍ଷୁ ଚିକିତ୍ସା ବ୍ୟତୀତ ଦନ୍ତ, ଇଏନ୍ଟି (କାନ, ନାକ, ଗଳା), ଫିଜିଓଥେରାପି ଆଦି ସେବା ମଧ୍ୟ ରିହାତି ମୂଲ୍ୟରେ ଉପଲବ୍ଧ ରହିଛି।

