କେନ୍ଦୁଝର :3//9,(ଉତ୍କଳ ସମାଚାର)ଯୋଡ଼ା ସରକାରୀ ମହିଳା ମହାବିଦ୍ୟାଳୟ ରେ ଆଜି ଏନଡିଆରଏଫ ଟିମ ବିପର୍ଯୟ ପରିଚାଳନା ସମ୍ପର୍କିତ ମକଡ୍ରିଲ ଶତାଧିକ ଛାତ୍ରୀଅଧ୍ୟାପକ ଅଧ୍ୟାପିକା ଙ୍କ ସମ୍ମୁଖରେ ପ୍ରସ୍ତୁତ କରି ପର୍ଯ୍ୟାପ୍ତ ଜ୍ଞାନ କୌଶଳ ପ୍ରଦାନ କରିଛି ଯାହାକୁ ଆଧାର କରି ଭବିଷ୍ୟତ ରେ ବିପର୍ଯୟ ସମୟରେ ଧନଜୀବନ ରକ୍ଷା କରିପାରିବେ ଛାତ୍ରୀ ମାନେ, ଏହି ପ୍ରଶିକ୍ଷଣ ଶିବିର କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ବେହେରା ଉଦଘାଟନ କରିଥିଲେ ଯୁବ ରେଡ଼କ୍ରସ କାଉନସିଲର ପବିତ୍ର ମୋହନ କର ଏବଂ ଐଶ୍ୱର୍ଯ୍ୟାମୟୀ ପାତ୍ର ପରିଚାଳନା କରିଥିବାବେଳେ ଅଧ୍ୟାପିକା ସୁଶ୍ରୀ ଶୁଭଦର୍ଶିନୀ ପଣ୍ଡା, ସୁମନ ପ୍ରଭା ତୀରକି, ଲିତା ପାତ୍ର, ବବିତାରାଣୀ ସିଂ, ଜଗମୋହନ ଝଙ୍କାର, ଭାରତୀ ଭଗବତୀ, ସ୍ଵାଗତିକା ସାହୁ, ସୁହାସିନୀ ରଥ, ରୁଧେନ୍ଦ୍ର ସାହୁ, ରୁକ୍ମିଣୀ ବେହେରା, ପଙ୍କଜ ଦାସ, ବିଷ୍ଣୁପ୍ରିୟା ପତି, ହେମନ୍ତ ପାତ୍ର ସହଯୋଗ କରିଥିଲେ, ଏନଡିଆରଏଫ ମୁଣ୍ଡୁଳି ର ଅଭିଜ୍ଞ ଦଳ ଙ୍କ ଦ୍ୱାରା ପ୍ରସ୍ତୁତ ଏହି ମକଡ୍ରିଲ ରେ ଛାତ୍ରୀ ମାନଙ୍କ ଉତ୍ସାହପୂର୍ଣ ସକ୍ରିୟ ଅଂଶ ଗ୍ରହଣ ବାସ୍ତବିକ ରୋମାଞ୍ଚକର ଥିଲା, ଜିଲ୍ଳା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏ ଆର ଖାନ, ଆଜୀବନ ସଦସ୍ୟ ସଂଜୀବ ଓତା ଉପସ୍ଥିତ ରହି ତାଲିମଦାତା ଓ ଶିବିରର୍ଥୀ ମାନଙ୍କ ଉତ୍ସହ ବର୍ଦ୍ଧନ କରିଥିଲେ,

