ରାଉରକେଲା ୭/୯,(ଉତ୍କଳ ସମାଚାର) ସାମାଜିକ ଓ ସାଂସ୍କୃତିକ ସଂଗଠନ କ୍ୟାନଭାସ୍ ଆନୁକୂଲ୍ୟରେ ରାଉରକେଲାର ବାଲିଯୋଡ଼ିରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଟାଙ୍ଗରପାଲ୍ଲି ଥାନାର ଭାରପ୍ରାପ୍ତ ଅଧିକାରୀ ତ୍ରୀନାଥ ସେଠୀ ଯୋଗଦାନ କରି କ୍ୟାନଭାସର ପ୍ରୟାସକୁ ଭୂରିଭୂରି ପ୍ରଶଂସା କରିଥିଲେ। କ୍ୟାନଭାସ୍ର ଆବାହକ ସୁରେଶ ଚନ୍ଦ୍ର ପ୍ରଧାନ ରକ୍ତଦାନର ମହତ୍ଵ ଓ ଗୁରୁତ୍ୱ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦେବାଶିଷ ମହାନ୍ତି ସମନ୍ୱୟ କରିଥିଲେ। ଏହି ଅବସରରେ କ୍ୟାନଭାସର ସଦସ୍ୟ ବଲୀ ଚୌଧୁରୀ, ରଞ୍ଜିତ ନାୟକ, ସଂଗ୍ରାମ କେଶରୀ ମହାନ୍ତି, ଗୋପାଳ ଜେନା, ଲିନା ନାୟକ, ସୁଶ୍ରୀ ମୋନାଲିସା ସାହୁ ଓ ଆର୍. ରମେଶ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅତିଥି ଓ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଶିବିର ସଫଳତାର ସହିତ ସମାପ୍ତ ହୋଇଥିଲା। ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।କ୍ୟାନଭାସ ଆନୁକୂଲ୍ୟରେ ଅଗଷ୍ଟ ୧୫ ତାରିଖରୁ ଆୟୋଜିତ ଏହି ରକ୍ତଦାନ ଶିବିର ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସହରର ବିଭିନ୍ନ ପ୍ରାନ୍ତରେ ଆୟୋଜିତ ହେବାର ଲକ୍ଷ୍ୟ ରଖାଯାଇଛି।

