ରାଉରକେଲା:8//9,(ଉତ୍କଳ ସମାଚାର) ସିଭିଲ ଟାଉନସିପ୍ ସ୍ଥିତ ସିଭିଲ ଚାଜର୍ସ କ୍ଲବ ଆନୁକୂଲ୍ୟରେ ଚଳିତ ବର୍ଷ ୨୨ଫୁଟ ର ଶ୍ରୀ ଗଣେଶଙ୍କ ମୂର୍ତ୍ତି ଓ ୧୫୦ ଫୁଟ ପେଣ୍ଡାଲ ପ୍ରସ୍ତୁତ କରାଯାଉଛି। ଏନେଇ ସ୍ଥାନୀୟ ମଡର୍ଣ୍ଣ ପଡିଆ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କୁହାଯାଇଛି ଯେ ଚଳିତ ବର୍ଷ କ୍ଲବ ତରଫରୁ ୧୯ ବର୍ଷରେ ପୂଜା ପଦାର୍ପଣ କରିଥିବା ବେଳେ ଏହାକୁ ଅଧିକ ଜାକଜମକରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କଲିକତା ରୁ ଆସିଥିବା ପେଣ୍ଡାଲ ଓ ମୂର୍ତ୍ତି କାରିଗର ଦିନରାତି ଏକ କରି କାମରେ ଲାଗିଛନ୍ତି। ଚଳିତ ବର୍ଷ କାଚରେ ମୂର୍ତ୍ତି ଓ ପ୍ୟାରିସ ର ଡିଜିନିୱ।ଲ୍ଡ ଡିଜାଇନର ତୋରଣ ପ୍ରସ୍ତୁତ କରାଯାଉଛି ଯାହା ଶ୍ରଦ୍ଧାଳୁ ଙ୍କ ପାଇଁ ଶ୍ରେଷ୍ଠ ଆକର୍ଷଣ ହେବ। ଆସନ୍ତା ୧୪ ତାରିଖ ରୁ ଆରମ୍ଭ ହୋଇ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦିନ ନୃତ୍ୟ, ଡ୍ରଇଂ ପ୍ରତିଯୋଗିତା , ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରାୟ ୪୦ ରୁ ୫୦ ଲକ୍ଷ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ବିଶ୍ବଜିତ ତ୍ରିପାଠୀ ଙ୍କ ସଂଯୋଜନାରେ କ୍ଲବର ଅଧ୍ୟକ୍ଷ ପ୍ରମୋଦ ପ୍ରଧାନ, ସଭାପତି ପ୍ରତାପ ସାହୁ, ସାଧାରଣ ସଂପାଦକ ଦିପ୍ତି ରଞ୍ଜନ ପରିଡା,କାର୍ଯ୍ୟକାରୀ ସଭାପତି ପିଙ୍କୁ ଜୟସ୍ବାଲ, ଉପଦେଷ୍ଟା ଅଜୟ ସିଂହଲ, ପ୍ରମୋଦ ନାୟକ,ପୁଷ୍ପା ଲେଙ୍କା, ସୁବାସ ପଣ୍ଡା, ଶ୍ରୀଧର ମଲ୍ଲିକ, ପ୍ରଦୀପ ଗୁପ୍ତା, ମନୋଜ ଜୈନ, ପ୍ରମୋଦ ଜୟସ୍ବାଲ, ରମେନ୍ଦ୍ର ନାରାୟଣ ନାୟକ, ଦିଲ୍ଲିପ ମହାନ୍ତି, ବିଜୟ ଯୋଶୀ ପ୍ରମୁଖ ମଞ୍ଚାସୀନ ରହି ଏ ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ରାଜେଶ ମଲ୍ଲିକ,ଆଶ୍ରିଵାଦ ଦାସ, ସୁଭମ ନାୟକ, ଆୟୁଷ ଅଭିନନ୍ଦନ, ଅଂଶୁମାନ ସୁତାର, ସତ୍ଯ ମହାପାତ୍ର, ସ୍ମୃତି ମହାପାତ୍ର, ଵୁଵୁନ ପ୍ରଧାନ,ସନତ ଜେନା,ମୣତଞ୍ଜୟ ମାହନ୍ତ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

