ରାଉରକେଲା:14//9,(ଉତ୍କଳ ସମାଚାର) ୨୦୨୬-୨୭ ବର୍ଷ ପାଇଁ ବେଦବ୍ୟାସ ଟ୍ରକ୍ ଓନର୍ସ ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନର ନିର୍ବାଚନ ପାଇଁ ସେପ୍ଟେମ୍ବର ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ବେଳେ, ସେପ୍ଟେମ୍ବର ୭ ତାରିଖ ଦିନ ନୋମିନେସନ ବା ପ୍ରାର୍ଥୀପତ୍ର ଦାଖଲ, ସେପ୍ଟେମ୍ବର ୮ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ଯାହାରର ଶେଷ ତାରିଖ ରହିଥିଲା। ସେପ୍ଟେମ୍ବର ୯ ତାରିଖ ଦିନ ସର୍ବଶେଷ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା। ନିର୍ବାଚନ ଓ ଫଳାଫଳ ଘୋଷଣା ପାଇଁ ଆଜି ସେପ୍ଟେମ୍ବର ୧୩ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା। ବେଦବ୍ୟାସ ଟ୍ରକ୍ ଓନର୍ସ ଆସୋସିଏସନର ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ପଦ ପାଇଁ ଗୋଟିଏ ଲେଖାଏଁ ଏବଂ ସହ-ସମ୍ପାଦକ ପଦ ପାଇଁ ୨ ପଦ ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିଲେ। ଆଜି ଅନୁଷ୍ଠିତ ନିର୍ବାଚନରେ ବେଦବ୍ୟାସ ଟ୍ରକ୍ ଓନର୍ସ ଆସୋସିଏସନର ସଭାପତି ଭାବେ ଦେବୁ ସିଂ (୭୯) ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ଉପ-ସଭାପତି ଭାବେ ସତେନ୍ଦ୍ର ପ୍ରସାଦ ଚୌରାସିଆ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ସେହିପରି ସାଧାରଣ ସମ୍ପାଦକ ଭାବେ ସବୀର ପାଲ୍ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ସହ-ସମ୍ପାଦକ ଭାବେ ରାମ ନରେଶ ସିଂ (୬୬) ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ମୋନୁ କୁମାର ସିଂ (୬୨) ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ ଶ୍ୟାମ ଯାଦବ (୮୪) ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ବେଦବ୍ଯାସ ଟ୍ରକ୍ ଓନର୍ସ ଆସୋସିଏସନର ସମସ୍ତ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଏହି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବିଜୟ ପ୍ରଧାନ, ମିଟୁ ବେଉରା, ବିଜୟ ଚୌଧୁରୀ, ସନ୍ତୋଷ ଯାଦବ, ଦୀନେଶ ଖାଁ, ଜୟ ବାହାଦୂର ସିଂ, ଧର୍ମେନ୍ଦ୍ର ଦୁବେ, ପ୍ରସନ୍ନ ପାଢୀ, ବିସୁ ଦେ, ସଞ୍ଜୀବ ସିହ୍ନା ପ୍ରମୁଖ ।

