ସମ୍ବଲପୁର,୧୪/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ରବିବାର କୁଚିଣ୍ଡା ସାମ୍ବାଦିକ ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସଂଘ ସଭାପତି ଦୀନେଶ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବିଗତ ଦୁଇ ବର୍ଷରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ,ଅଚଳ ହୋଇ ପଡିଥିବା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଫିସକୁ ଖୋଲିବା ସହ ନୂତନ ଭାବେ ସୂଚନା ଅଧିକାରୀଙ୍କ ନିଯୁକ୍ତି କରାଇବାରେ ସାମ୍ବାଦିକ ସଂଘର ପ୍ରମୁଖ ଭୂମିକା ବିଷୟରେ ଆଲୋଚନା ହୋଇଥିଲା।ପରେ ଆଗାମୀ ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ବରିଷ୍ଠ ଖବରଦାତା ବିରଞ୍ଚି ଦର୍କା ଓ ସୁଧିର କୁମାର ମହାନ୍ତି ନିର୍ବାଚନ ଅଧିକାରୀ ଦାୟିତ୍ଵ ତୁଲାଇଥିଵା ବେଳେ ପର୍ଯ୍ୟବେକ୍ଷକ ଭାବେ ସମ୍ବଲପୁର ଜିଲ୍ଲା ଉପସଭାପତି ସତୀଶ କୁମାର ମିଶ୍ର ଯୋଗଦେଇଥିଲେ।ସଂଘରେ ମତଭେଦ,ବିଦ୍ୱେଷକୁ ଭୁଲି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ନିର୍ବାଚନ ନକରି ସର୍ମବସମ୍ମତିକ୍ରମେ ମନୋନୟନ ପଦ୍ଧତିରେ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଏଥିରେ ଦୀନେଶ କୁମାର ନନ୍ଦ ସଭାପତି, ପ୍ରଶାନ୍ତ ଶର୍ମା ଓ ହୃଦୟ ଚନ୍ଦ୍ର ପଟେଲ ଉପସଭାପତି, ରିଙ୍କୁ କୁସୁମ ସାଧାରଣ ସମ୍ପାଦକ,ଅଦିତ ପଣ୍ଡା ସମ୍ପାଦକ ଓ ସୁଧିର କୁମାର ମହାନ୍ତି କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ସଭାପତି ପ୍ରଭାତ ବେହେରା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମିଶ୍ର, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସଚ୍ଚିକାନ୍ତ ସାହୁ, ପ୍ରକାଶ ଚନ୍ଦ୍ର ଶର୍ମା, ଅମୂଲ୍ୟ ମିଶ୍ର, ଜୟ କିଶୋର ମହାପାତ୍ର,ତପନ ଦାସ, ଦେବେନ୍ଦ୍ର ବେହେରା, ତନୟ ମହାପାତ୍ର, ସୌମ୍ୟରଞ୍ଜନ ଧଳ,ଲିପୁନ ଚାନ୍ଦ ସାହୁ,ରଞ୍ଜିତ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ

