ପାପଡାହାଣ୍ଡି ତା 14/09/26:(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ରେ ଗୁମିଦୋରା, ନୁଆଁଗୁଡା (ଖ ), ଚାନ୍ଦିଲି, ପେଟୁଗୁଡା, ରାଜାମାଟୁ,ଦଳେଇ ଗୁଡା, ପାପଡାହାଣ୍ଡି, ମୈଦଳ ପୁର,ଛତ୍ରବର, ପଣ୍ଡିକୋଟ ପ୍ରଭୁତି ଗ୍ରାମ ଗୁଡିକ ରେ ମେଢ଼ କରି ଗଣେଶ ମୂର୍ତ୍ତି ସ୍ଥାପନ କରି ପୂଜା ପାଉଛନ୍ତି. ଏହି ବର୍ଷ ଗୁମିଦୋରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଶରତ ଚନ୍ଦ୍ର ନାୟକ ଓ ପୁରା ଷ୍ଟାଫ ଙ୍କ ତତ୍ଵାବଧାନ ରେ ବହୁ ଆଡମ୍ବର ରେ ପୂଜା ସମ୍ପୂର୍ଣହୋଇଥିଲା ସେହିପରି ରାଜାମାଟୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀ ଅନାମ ସେଠିଆ ଓ ତାଙ୍କ ସହକାରୀ ଶିକ୍ଷକ ଓ ପରିଚାଳନା କମିଟି ଙ୍କ ସହଯୋଗ ରେ ବହୁ ଆଡମ୍ବର ରେ ପାଳନ ହୋଇଥିଲା ଏହି ବର୍ଷ ଗୁମିଦୋରା ଗ୍ରାମ ରେ ମଦ ବିରୋଧୀ ମହିଳାମାନେ ବହୁ ଆଡମ୍ବର ରେ ଗଣେଶ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚନା କରିଥିଲେ.ସେହିପରି ଗୁରୁକୃପା ଇଂଲିଶ ମିଡିୟମ ବିଦ୍ୟାଳୟ ରେ ଦାଶ ଗୁରୁ ଙ୍କ ଦ୍ଵାରା ବହୁ ଆଡମ୍ବର ରେ ଗଣେଶ ପୂଜା ହୋଇଯାଇଛି

