କେନ୍ଦୁଝର:19//9,(ଉତ୍କଳ ସମାଚାର)କେନ୍ଦୁଝର ମୁଖ୍ୟାଳୟ ଗାନ୍ଧିଛକ ସମୟ ଠିକ ୪.୫୨ ଅପରାହ୍ନ ଆଉ ଚାରିସେକେଣ୍ଡ ପରେ ଟ୍ରାଫିକ ସିଗନାଲ୍ ନାଲି ହୋଇଯିବ ତେଣୁ ତୁରନ୍ତ ଛକ ପାର ହୋଇ ଝୁମ୍ପୁରା ଅଭିମୁଖେ ଆକ୍ସିଲେଟର ଦବାଇ ମାଡ଼ିଗଲା ୫୦୪ ନମ୍ବର ଓଡି ୦୯ଏଏଚ ୦୪୯୩ ଆମବସ ସାଇଡ ରେ କିଏ ଅଛି ନଅଛି ଦେଖିବାର ନାହିଁ , ସମାନ ଦିଗରେ ଏକ ବାଇକ ଓଡି ୦୯ଏଚ ୩୪୦୦ ଏକ ପରିବାର କୋମଳମତି ଶିଶୁ ଶହ ଯାଉଥିଲେ ଦୃତଗାମୀ ଆମବସ ସହିତ ଘଷି ହୋଇଗଲେ ସମ୍ପୂର୍ଣ ପରିବାର ଶିଶୁ ସହିତ ଆମବସ ପଛଚକ ରୁ କେଇ ସେଣ୍ଟିମିଟର ନିକଟରେ ପଡ଼ିଗଲେ ,ଆଖି ବନ୍ଦ ହୋଇଗଲା ଆଖପାଖ ଲୋକଙ୍କର , ଈଶ୍ବରଙ୍କ ଅସୀମ କୃପା ପରିବାର ବଞ୍ଚିଗଲା ,ଲୋକେ ଦୌଡ଼ିଯାଇ ଉଦ୍ଧାର କାଳେ ଟ୍ରାଫିକ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବସ କୁ ଅଟକାଇଲେ । ବସ ଡ୍ରାଇଭର ବି ସ୍ଵୀକାର କଲା ଟ୍ରାଫିକ ତୁରନ୍ତ ପାର ହେବା ପାଇଁ ଗଡ଼ିକୁ ଜୋରରେ ଚଳାଇଥଲେ । ଊଚ ପ୍ରଶିକ୍ଷିତ ଆମବସ ଡ୍ରାଇଭର ର ତ୍ରୁଟି କାହିଁକି ? ଈଶ୍ବର ଙ୍କ କୃପାରୁ ପରିବାର ବଞ୍ଚିଗଲା , କିନ୍ତୁ ସାମାନ୍ଯ ଅସାବଧନତା ପାଇଁ ଯଦି କିଛିଅଘଟଣ ହୋଇଥାନ୍ତା ତେବେ । ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ

