ନବରଙ୍ଗପୁର::22//9,(ଉତ୍କଳ ସମାଚାର)ଜିଲ୍ଲା ରାଇଘର ବ୍ଲକ (ନରସିଂବାଘ )ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇର ତୃତୀୟ ଦିନରେ ଗ୍ରାମାଞ୍ଚଳରେ ଏକତା ଓ ସଦ୍ଭାବନାର ନିଆରା ପରମ୍ପରା ଦେଖିବାକୁ ମିଳିଛି। ସମ୍ପର୍କର ନିବିଡ଼ତା ଓ ଜ୍ୟେଷ୍ଠମାନଙ୍କ ପ୍ରତି ଶ୍ରଦ୍ଧା ଅର୍ପଣ କରିବା ପାଇଁ ଗାଁ ଗାଁରେ ‘ଜୁହାର ଭେଟ’ କାର୍ଯ୍ୟକ୍ରମ ଉତ୍ସାହର ସହିତ ପାଳିତ ହୋଇଯାଇଛି।ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୁରାବେଡା ପଞ୍ଚାୟତର କଲିଆ ପଦର ଗ୍ରାମଠାରେ ଏକ ଭବ୍ୟ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ମୁଖ୍ୟ ଜୟନନ୍ଦ ବାଗଙ୍କ ବାସଭବନରେ ଗ୍ରାମର ପ୍ରମୁଖ ବ୍ୟକ୍ତି, ଗାଉଁଠିଆ, ପୂଜାରୀ, ୱାର୍ଡ ମେମ୍ବରଙ୍କ ସମେତ ଗାଁର ଛଟ ବଡ଼ ବୁର୍ଦ୍ଧା ଆକ୍ଷ ପାଖ ର ସମସ୍ତ ଭଦ୍ର ବେକେତି ଏକତ୍ରିତ ହୋଇଥିଲେ।ଛୋଟବଡ଼ ସମସ୍ତେ ମିଶି ପରସ୍ପରକୁ ନୂଆଖାଇ ଜୁହାର ଜଣାଇବା ସହ ବରିଷ୍ଠମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ପରମ୍ପରା ଅନୁସାରେ ଗ୍ରାମବାସୀ ଏକାଠି ହୋଇ ଭାଇଚାରା ଓ ସୌହାର୍ଦ୍ଦ୍ୟର ଶପଥ ନେବା ସହ ଗାଁର ମଙ୍ଗଳ କାମନା କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମରେ ଏକ ଆନନ୍ଦମୟ ଓ ମିଳନର ପରିବେଶ ସୃଷ୍ଟି ହୋଇଥିଲା
