ସମ୍ବଲପୁର,୨୨/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ରେଙ୍ଗାଲିରେ ନୂଆଖାଇ ଜୁହାର ଭେଟ ପାଳନ ପାଇଁ କମିଟି ପକ୍ଷରୁ ରେଙ୍ଗାଲି ପୁରୁଣାବସ୍ଥି ବାଏପାସ ଛକ ଠାରେ ସ୍ଥାନ ନିରୂପଣ କରଯାଇ ଶୁଭ ମୁହଁର୍ତ୍ତ ରେ ଶୁଭ ସ୍ଥମ୍ଭ ଏବଂ ମା ସମଲେଇ ଙ୍କୁ ଦୀପ ପ୍ରଜ୍ଜଲନ କରି କମିଟି ର ସଭାପତି ଅନ୍ତର୍ଯ୍ୟାମୀ ପାଣି ଶୁଭ ସ୍ଥାପନ କରିଥିଲେ l ଆସନ୍ତା ଅକ୍ଟୋବର ୪ ତାରିଖ ଦିନ ଅପରାହ୍ନରେ ପାଳନ ପାଇଁ ସ୍ଥିର ହୋଇଥିବା ବିଷୟ ସାମ୍ବାଦିକ ମାନଙ୍କ ସୂଚନା ଦିଆଯାଇଥିଲା l ଏଥିରେ ସାଧାରଣ ସମ୍ପାଦକ ରାଧେଶ୍ୟାମ ବାଗ, ଉପଦେଷ୍ଟା ଶଶୀଭୁଷଣ ସାହୁ, ଡ଼ ନରେଶ ସାହୁ,ଡ଼ ସନ୍ତୋଷ ସିଂ, ଡ଼ ଅର୍ଜୁନ ନାୟକ, ଗଣେଶ ଶ୍ରୀଚନ୍ଦନ, ଉପ ସଭାପତି କୃଷ୍ଣ ମେହେର, ଲଳିତ ସାହୁ, ବିରଞ୍ଚି ବିଶ୍ୱାଳ, ଶ୍ରୀପତି ଷଣ୍ଢ, ହରେ କୃଷ୍ଣ ସାହୁ,ଦିବ୍ୟ କିଶୋର ସରାଫ,ପ୍ରଶାନ୍ତ ପଣ୍ଡା, ସୁବନ ଚାନ୍ଦ ସାହୁ , ବନୱାର ଅଗ୍ରୱାଲ,, ସାମ୍ବାଦିକ ଦିନେଶ ମହାନ, ହେମନ୍ତ ଦାସ,ସମୀର ମହାନ, ଜଗନ୍ନାଥ ସାହୁ , ପ୍ରମୁଖ ଅଂଶ ଗ୍ରହଣ କରି ଥିଲେ l ଶେଷରେ ଧବେଳେଶ୍ଵର ମହାନ ଧନ୍ୟବାଦ ଦେଥିଲେ l

