ସମ୍ବଲପୁର,୨୨/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ସଂକୀର୍ତ୍ତନ ଲୋକକଳା ମହାସଂଘ, ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ଏକ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସଂକୀର୍ତ୍ତନ କଳାକାର ମାନଙ୍କର ବ୍ଲକ୍ କମିଟି ତଥା ଆମ କଳାକାର ସଂଗଠନ ରେ ପଞ୍ଜୀକରଣ କରାଯିବା, ନିର୍ଦ୍ଧାରିତ ବୟସ ସୀମାକୁ ଉଠାଇ ଦିଆଯିବା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ନୂତନ ଭାବେ ଏକ ଲକ୍ଷ କଳାକାରଙ୍କୁ ସହାୟତା ପ୍ରଦାନ କରା କରାଯିବା, ଆମ କଳାକାର ରେ ସାମିଲ ହୋଇଥିବା ଦଳମାନ ଳମାନଙ୍କ ପାରିତୋଷିକ ବୃଦ୍ଧି କରାଯିବା, ପଞ୍ଜୀକୃତ ସମସ୍ତ କଳାକାରଙ୍କ ଜୀବନବୀମା ସହିତ ସ୍ବାସ୍ଥ୍ୟବୀମା କରାଯିବା, ସମସ୍ତ ପରିଚୟପତ୍ର ପ୍ରଦାନ କରାଯିବା ଆଦି ଦାବି ଉଲ୍ଲେଖ ରହିଛି। ଜିଲ୍ଲା ସଭାପତି ମହାବୀର ସିଂହଦେଓ, ଜିଲ୍ଲା ସମ୍ପାଦକ ପ୍ରୀତିମଞ୍ଜରୀ ପ୍ରଧାନ, ସମ୍ପାଦକ ମାମିନା ସାହୁ, ରାଜ୍ୟ ଉପସଭାପତି ଗିରିଧାରୀ ବିଶ୍ଵାଳ, ରେଢ଼ାଖୋଲ ବ୍ଲକ୍ ସଭାପତି ଶରତ ସାହୁ, ନାକଟିଦେଉଳ ବ୍ଲକ୍ ସଭାପତି ଶରତ ସାହୁ, ମାନେଶ୍ବର ବ୍ଲକ୍ ସଭାପତି ଶ୍ରୀଧର ଭୋଇ, ଯୁଯୁମୁରା ବ୍ଲକ୍ ସଭାପତି ବିଶ୍ବାମିତ୍ର ବିଂଝାଲଙ୍କ ସହ ବିନୋଦ ପୁଲେଇ, ଅକ୍ଷୟ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ ଅଚ୍ୟୁତ ପ୍ରଧାନ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ

