ନବରଙ୍ଗପୁର, ତା. ୨୪.୦୯.୨୦୨୬:(ଉତ୍କଳ ସମାଚାର)ବାଳିକା ଶିଶୁଙ୍କ ଶିକ୍ଷା, ସୁରକ୍ଷା ଓ ସଶକ୍ତିକରଣ ସହିତ ସେମାନଙ୍କର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଏବଂ ବେଟି ବଚାଓ ବେଟି ପଢାଓ (BBBP) ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହତା କନଫରେନ୍ସ ହଲ୍ରେ ଏକ ଅନ୍ତର୍ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି।ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ଆୟୋଜନ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ କରାଯାଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ସମ୍ପୃକ୍ତ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇ BBBP ଯୋଜନା ଅଧୀନରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି, ଅଗ୍ରଗତି ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ନବରଙ୍ଗପୁର ଜିଲ୍ଲାରେ ବାଳିକା ଶିଶୁଙ୍କ ଲିଙ୍ଗ ଅନୁପାତ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବାଳିକା ଶିଶୁଙ୍କ ପ୍ରତି ସକାରାତ୍ମକ ସାମାଜିକ ଦୃଷ୍ଟିଭଙ୍ଗୀ, ସମାନ ସୁଯୋଗ ଏବଂ ସେମାନଙ୍କ ଅଧିକାର ପ୍ରତି ସଚେତନତା ବୃଦ୍ଧି କରିବା ଦିଗରେ ନିରନ୍ତର ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ବିଶେଷକରି ବାଳିକାଙ୍କ ବିଦ୍ୟାଳୟ ଛାଡ଼ିବା ହାର ହ୍ରାସ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବାଳିକାମାନେ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି ଏବଂ ନିୟମିତ ଭାବେ ଶିକ୍ଷା ଜାରି ରଖିପାରନ୍ତି, ସେଥିପାଇଁ ଶିକ୍ଷା, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ, ମିଶନ ଶକ୍ତି, ଜୀବିକା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଦକ୍ଷତା ବିକାଶ ସମେତ ସମ୍ପୃକ୍ତ ବିଭାଗଗୁଡ଼ିକର ସମନ୍ୱିତ ପ୍ରୟାସ ଉପରେ ଆଲୋଚନା ହୋଇଥିଲା।ଏଥିସହ ବାଳିକାଙ୍କ ଶିକ୍ଷା ଜାରି ରଖିବା, ସୁରକ୍ଷା ସୁନିଶ୍ଚିତ କରିବା, ଶିଶୁ ବିବାହ ନିରୋଧ, ଦକ୍ଷତା ବିକାଶ ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବିଭିନ୍ନ ବିଭାଗ ନିଜ ନିଜ ଯୋଜନା ଓ କାର୍ଯ୍ୟକ୍ରମକୁ ପରସ୍ପର ସହ ସମନ୍ୱୟ କରି ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ଯୋଗଦେଇଥିବା ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ BBBP ଯୋଜନାର ଲକ୍ଷ୍ୟ ହାସଲ ପାଇଁ ନିଜ ନିଜ ବିଭାଗ ମାଧ୍ୟମରେ ସକ୍ରିୟ ସହଯୋଗ ପ୍ରଦାନ କରିବା ସହିତ ବାଳିକା ଶିଶୁଙ୍କ ଅଧିକାର ସୁରକ୍ଷା, ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଓ ସଶକ୍ତିକରଣ ନିମନ୍ତେ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବା ଉପରେ ମତ ପ୍ରକାଶ କରିଥିଲେ।ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ନିୟମିତ ସମୀକ୍ଷା ଓ ତଦାରଖ ମାଧ୍ୟମରେ ଲକ୍ଷ୍ୟଭିତ୍ତିକ ପରିଣାମ ହାସଲ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ତନୁଶ୍ରୀ ମିଶ୍ର ବୈଠକର ସମନ୍ୱୟ ଓ ପରିଚାଳନା କରିଥିଲେ

