ରାଉରକେଲା:24//9,(ଉତ୍କଳ ସମାଚାର)ସିଭିଲ୍ ଟାଉନ୍ସିପ୍ କଲ୍ୟାଣ ମଣ୍ଡପରେ ଗଣେଶ ପୂଜା କମିଟି ପକ୍ଷରୁ ୪୦ ତମ ବର୍ଷ ଅବସରରେ ଗଣେଶ ପୂଜା ଓ ମେଳା ୧୦ ଦିନ ଧରି ଚାଲିଥିଲା। ୧୦ମ ଦିନ ସନ୍ଧ୍ୟା ୭ଟାରେ ଭବ୍ୟ ବିସର୍ଜନ ଶୋଭାଯାତ୍ରା ବାହାରିଥିଲା। ଏଥିପାଇଁ ନାଗପୁରରୁ ଢୋଲ-ନଗଡ଼ା ଦଳକୁ ନିମନ୍ତ୍ରଣ କରାଯାଇଥିଲା, ଯାହା ବିସର୍ଜନ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣର କେନ୍ଦ୍ର ଥିଲା। ଏହି ଶୋଭାଯାତ୍ରା ସିଭିଲ୍ ଟାଉନ୍ସିପ୍ ଅଞ୍ଚଳ ପରିକ୍ରମା କରିବା ପରେ ବାଲୁରଘାଟର କୃତ୍ରିମ ପୋଖରୀରେ ଭଗବାନ ଗଣେଶଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ସେଠାରେ ରାଉରକେଲା ମହାନଗର ନିଗମ ପକ୍ଷରୁ କ୍ରେନ୍ର ବ୍ୟବସ୍ଥା କରାଯାଇଥିଲା।ଏହି ବିସର୍ଜନ ଶୋଭାଯାତ୍ରାରେ ସିଭିଲ୍ ଟାଉନ୍ସିପ୍ ଗଣେଶ ପୂଜା କମିଟିର ସଭାପତି ଆକାଶ ଅଗ୍ରୱାଲ, ଉପସଭାପତି ମନୀଷ ଅଗ୍ରୱାଲ, ସମ୍ପାଦକ ବିକାଶ ଅଗ୍ରୱାଲ (ଭିକି), କୋଷାଧ୍ୟକ୍ଷ କରଣ ଖଣ୍ଡେଲୱାଲ, ସହ-କୋଷାଧ୍ୟକ୍ଷ ଅଜୟ ଗୋୟଲ, ସହ-ସମ୍ପାଦକ ମନୋଜ ବରେଲିଆ, ଉପଦେଷ୍ଟା ମନୋଜ ଅଗ୍ରୱାଲ, ନରେଶ ଶର୍ମା, ମିଡିଆ ପ୍ରଭାରୀ ଅଙ୍କିତ କେଡିଆ, ପ୍ରଦ୍ୟୁମ୍ନ ଶର୍ମା, ଅମିତ ଗୁପ୍ତା, ଆଲୋକ ମାରୋଠିଆ, ବିକାଶ ଜୈନଙ୍କ ସମେତ ଚିରାଗ ଖଣ୍ଡେଲୱାଲ ଓ ଅନ୍ୟ ସଦସ୍ୟମାନେ ସାମିଲ ଥିଲେ। ଅନ୍ୟପଟେ ବିସର୍ଜନ ଶୋଭାଯାତ୍ରାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ ମଧ୍ୟ କରାଯାଇଥିଲା।

