ସମ୍ବଲପୁର,25//9,(ଉତ୍କଳ ସମାଚାର) (ଭୂମି ଏକ୍ସପ୍ରେସ୍): ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୂଲ୍ୟରେ ‘ଜାତୀୟ ସେବା ଦିବସ’ ପାଳନ ହୋଇଯାଇଛି। ଏହି ସଭାକୁ କୁଳପତି ପ୍ର. ବିଧୁ ଭୂଷଣ ମିଶ୍ର ଏବଂ କୁଳସଚିବ ପ୍ର. ପ୍ରଦୀପ କୁମାର୍ ନାଏକ୍ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପ୍ରାରମ୍ଭ କରିଥିଲେ। ସଭାର ଆରମ୍ଭରେ ଜାତୀୟ ସେବା ଯୋଜନା ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡ଼. ବୀରେନ୍ଦ୍ର ବେହେରା ଏନ୍. ଏସ୍. ଏସ୍. ର ସ୍ଥାପନା, ଉଦ୍ଦେଶ୍ୟ ବିଷୟରେ କହିବା ସହ ଏନ୍. ଏସ୍. ଏସ୍. ର ବିଗତ ଏବଂ ଆଗତ କାର୍ଯ୍ୟକଳାପ ସମ୍ପର୍କରେ ସବିଶେଷ ସୂଚନା ଉପସ୍ଥାପନ କରିଥିଲେ । କୁଳସଚିବ ପ୍ର. ନାଏକ୍ ଏନ୍. ଏସ୍. ଏସ୍. କିପରି ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ସୁନାମ ଆଣିଦେଇଛି ଓ ଆଗକୁ କେମିତି ଆହୁରି ସୁନାମ ଆଣିପାରିବ ସେ ସମ୍ପର୍କରେ ସ୍ୱେଚ୍ଛାସେବୀ ମାନଙ୍କୁ ବୁଝାଇ କହିଥିଲେ। ଶେଷରେ କୁଳପତି ପ୍ର. ମିଶ୍ର ପରିବେଶ ସୁରକ୍ଷା, ମୋବାଇଲ୍ ର ଅପକାରିତା ଏବଂ ମାନସିକ ସ୍ୱଚ୍ଛତା ସମ୍ବନ୍ଧରେ ସ୍ବେଛାସେବୀ ମାନଙ୍କ ଦାୟିତ୍ୱ ବିଷୟରେ ଜାଗୃତ କରାଇଥିଲେ. ସଭାର ଶେଷରେ ଉପସ୍ଥିତ ଥିବା ସମସ୍ତ ସ୍ବେଛାସେବୀ ମାନଙ୍କୁ ‘ମାଇଁ ଭାରତ’ ପୋର୍ଟାଲରେ ପଂଜିକୃତ କରାଇ ‘ବିକଶିତ ଭାରତ ଯୁବ ନେତୃତ୍ୱ ବାକ୍ୟର କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ତାଲିମ ଦିଆ ଯାଇଥିଲା । ସର୍ବଶେଷରେ ବିଶ୍ୱବିଦ୍ୟାଳୟ ର କାର୍ଯ୍ୟକ୍ରମ ଅଧିକାରୀ ଡ଼. ହରିଦାସ ମହନ୍ତ ଓ ଡ଼. ରମାଦେବୀ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ

