ସମ୍ବଲପୁର,୨୫/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ବିଦ୍ୟା ଭାରତୀ ପକ୍ଷରୁ ଜଗନ୍ନାଥ ପ୍ରସାଦ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ଦ୍ୱାରା ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟରେ ‘ନମାମି ଭାରତମ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଶ୍ରୀ ଅମ୍ରିତ ତ୍ରିପାଠୀ ଭାରତ ମାତାଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ମନୋଜ କୁମାର ପ୍ରଧାନ ‘ବନ୍ଦେ ମାତରମ୍’ର ପରିଚୟ ଓ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ୧୩୭ ଜଣ ଶିଶୁ, ୧୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ମାତୃଭାରତୀର ସଦସ୍ୟାମାନେ ଯୋଗ ଦେଇଥିଲେ। ସୁଶାନ୍ତ କୁମାର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଗରୀକା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସମସ୍ତେ ସାମୂହିକ ଭାବେ ‘ବନ୍ଦେ ମାତରମ୍’ ଗାନ କରିଥିଲେ

