ସମ୍ବଲପୁର,୨୫/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କବରାପାଲି ଗ୍ରାମର କିଶୋର ମିର୍ଦ୍ଧା (୪୫) କୁ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ଡେଭିଡ ପ୍ରତି ସହାନୁଭୂତି ଦେଖାଉଥିବା ଅଭିଯୋଗ କରି ଗୁରୁବାର କବରାପାଲି ଗ୍ରାମବାସୀ ଥାନା ଘେରାଉ କରିବା ସହ ଅତିରିକ୍ତ ଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଡେଭିଡକୁ ପୋଲିସ ଅଟକ ରଖିଥିବା ବେଳେ ତାର ବାପା ଏବଂ ମାମୁଁ ବାରମ୍ବାର ଥାନାରେ ତାକୁ ଭେଟୁଛନ୍ତି। ଏହା ସହ ପୋଲିସ ତାକୁ ଫରଓ୍ବାର୍ଡ କରୁନଥିବା ଯୋଗୁଁ ଗ୍ରାମବାସୀଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ପୋଲିସର କାର୍ଯ୍ୟ କଲାପ ଏବଂ କବରାପାଲି ଗ୍ରାମରେ ବେଆଇନ ନିଶା କାରବାର ବିରୋଧରେ ସମ୍ବଲପୁର ଅତିରିକ୍ତ ଏସପି ଶ୍ରୀମନ୍ତ ବାରିକଙ୍କୁ ଗ୍ରାମବାସୀ ଭେଟିଥିଲେ। ଶ୍ରୀ ବାରିକ ଅଭିଯୁକ୍ତ ଡେଭିଡ ହତ୍ୟା କରିଥିବା ନେଇ ଦୋଷ ସ୍ବୀକାର କରିଥିବା ବେଳେ ତାକୁ ଶିଘ୍ର ଫରଓ୍ବାର୍ଡ କରାଯିବ ବୋଲି କହିଥିଲେ। ଅଭିଯୁକ୍ତ ଡେଭିଡ ବୁର୍ଲା ରେ ଅନେକ ଅପରାଧ କରିବା ପରେ କବରାପାଲିରେ ଆସି ରହିବା ପରେ ଏଠାରେ ମଧ୍ୟ ଚୋରି, ନିଶା କାରବାର ସହ ବାରମ୍ବାର ଗଣ୍ଡଗୋଳ କରୁଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ଏହାସହ ଗ୍ରାମ ରେ ଦିନ କୁ ଦିନ ନିଶା କାରବାର ବୃଦ୍ଧି ପାଇବା ଯୋଗୁଁ ଅପରାଧ ମଧ୍ୟ ବଢୁଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗ୍ରାମବାସୀ ଅବକାରୀ ଏସପି ଅଶୋକ ସେଠଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏସପି ଅଶୋକ ସେଠ ଲୋକଙ୍କ ସହଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସୂଚନା ଯୋଗ୍ୟ ଯେ,ଗତ ୧୯ ତାରିଖ ସକାଳେ କିଶୋର ମିର୍ଦ୍ଧା ଡେଭିଡ ସହ ସ୍କୁଟିରେ ବାହାରିଥିଲେ ବି ଘରକୁ ଫେରି ନ ଥିଲେ I ଗତ ୨୨ ତାରିଖ ସକାଳେ ଶାସନ ଥାନା ଅଧୀନ ଗିରିପାଲି ଗ୍ରାମ ନିକଟସ୍ଥ ମାଲତୀଯୋର ପାଖରୁ ଗତ ସକାଳେ କିଶୋର ର ଗଳିତ ମୃତଦେହ ଉଦ୍ଧାର କରା କରାଯାଇଥିଲା। ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ନିଶା କାରବାର ବନ୍ଦ କରିବା ପାଇଁ ପରିବାରବର୍ଗ ଙ୍କ ସହ ଗ୍ରାମର ଶତାଧିକ ଗ୍ରାମବାସୀମାନେ ପୋଲିସ ଏବଂ ଅବକାରୀ ବିଭାଗକୁ ଅନୁରୋଧ କରିଛନ୍ତି।

