ସମ୍ବଲପୁର,୨୫/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନ୍ତର୍ଜାତିକ ଫାର୍ମାସିଷ୍ଟ ଦିବସ ସରକାରୀ ଡାକ୍ତର ଅଲିଭ ପଟ୍ଟନାୟକଙ୍କ ସଭାପତିତ୍ବରେ ପାକିତ ହୋଇଛି I ଏଥିରେ ସମ୍ବଲପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ଅନ୍ତର୍ଯ୍ୟାମୀ ପାଣି, ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ଉପସଭାପତି ଶଶୀଭୁଷଣ ସାହୁ ଅଂଶ ଗ୍ରହଣ କରିଥିଲେ l ରେଙ୍ଗାଲି ସ୍ୱାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ସୁରେନ୍ଦ୍ର ବେହରା ଙ୍କୁ ପୁଷ୍ପ ଗୁଚ୍ଛ ଉପଢ଼ୋକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ବକ୍ତା ମାନେ ସ୍ୱାସ୍ଥ୍ୟ ସେବାରେ ଫାର୍ମାସିଷ୍ଟ ମାନଙ୍କର ରୋଗୀ ଙ୍କ ଔଷଧ ବ୍ୟବହାରର ପରାମର୍ଶ , ଏବଂ ଚିକିତ୍ସା କ୍ଷେତ୍ର ଗୁରତ୍ୱ ପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ l ବରିଷ୍ଠ ନାଗରିକ ସୁବନ ଚାନ୍ଦ ସାହୁ, ପ୍ରଫୁଲ୍ଲ ସାହୁ, ଗୋବର୍ଧନ ବାରିକ, ଶ୍ରୀପତି ଷଣ୍ଢ, ବିରଞ୍ଚି ବିଶ୍ୱାଳ, ରାଧେଶ୍ୟାମ ବାଗ, କୃଷ୍ଣ ଚନ୍ଦ୍ର ମେହେର, ଧବଳେଶ୍ୱର ମହାନ, ସ୍ୱାସ୍ଥ୍ୟସେଵୀ ଶିବାନୀ ପଣ୍ଡା, ନମିତା ସାହୁ ଦେବରାଜ ଭୋଇ, ପ୍ରେମଳତା ସେଠି,କ୍ଷିତୀଶ ବାଗ, ସଞ୍ଜୟ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଶେଷ ରେ ଫାର୍ମାସିଷ୍ଟ ପ୍ରୀତମୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

