ରାଉରକେଲା :25//9,(ଉତ୍କଳ ସମାଚାର)ଶ୍ରମ କୋଡ଼ ପ୍ରତ୍ୟହାର, ଏମ ଏମ ଡ଼ି ଆର ଆଇନ ରଦ୍ଦ, ସର୍ବନିମ୍ନ ମଜୁରୀ 26 ହଜାର ଟଙ୍କା, ସ୍କିମ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଓ ସାମାଜିକ ସୁରକ୍ଷା, ଦରବୃଦ୍ଧି ନିୟନ୍ତ୍ରଣ ଆଦି ଦାବିରେ 24ଓ25 ସେପ୍ଟେମ୍ବର ଦୁଇ ଦିନ ଧରି ବିଧାନସଭା ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇଥିଲା. ପ୍ରବଳ ବର୍ଷା ସତ୍ୱେ ହଜାର ହଜାର ଶ୍ରମିକଙ୍କ ସୁଶୋଭିତ ପଟୁଆର ମାଷ୍ଟର କ୍ୟାଣ୍ଟିନରୁ ବାହାରି ବିଧାନସଭା ଅଭିମୁଖେ ଯାଇଥିଲା. ଲୋୱେର ପି ଏମ ଜି ଠାରେ ଧାରଣା ଆରଂଭ ହୋଇଥିଲା. ଅନୁଷ୍ଠିତ ସଭାରେ ସି ଆଇ ଟି ୟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ସଭାପତିତ୍ୱ କରିଥିଲେ.କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଦାନୀ ଅମ୍ବାନୀ ଆଦି କର୍ପୋରେଟ କଂପାନୀ ମାନଙ୍କ ସ୍ୱାର୍ଥରେ ସମସ୍ତ ନୀତି ନେଉଥିବାବେଳେ ଶ୍ରମିକ କର୍ମଚାରୀ ମାନଙ୍କ ଉପରେ ଆକ୍ରମଣ ଚଳାଇଛନ୍ତି. ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ ପାଇଁ ସେ ଆହ୍ୱାନ ଦେଇଥିଲେ. ସି ଆଇ ଟି ୟୁ ରାଜ୍ୟ ସାଧାରଣ ସମ୍ପାଦକ ଉଲ୍ଲାସ ସ୍ୱାଇଁ ଶ୍ରମ କୋଡ଼ କାର୍ଯ୍ୟକାରି ହେଲା ଫଳରେ 8 ଘଣ୍ଟା ବଦଳରେ 12 ଘଣ୍ଟା କାର୍ଯ୍ୟ, ଦାବି କଲେ ମାଲିକ ମାନେ ଛଟେଇ କରିବା, ଠିକାକରଣ ଆଦି ଚାଲିଛି. ଏହା ବିରୋଧରେ ଶ୍ରମିକ ମାନଙ୍କ ଏକତାକୁ ଦୃଢ କରିବାକୁ ଡାକରା ଦେଇଥିଲେ. ଉପ-ସଭାପତି ଲୋଭାକାନ୍ତ ସ୍ୱାଇଁ, ଦୁଷ୍ମନ୍ତ ଦାସ, କୋଷା ଧକ୍ଷ ପୁଷ୍ପା ଦାସ, ପ୍ରଦୀପ୍ତ ନାୟକ, ଯାହାଙ୍ଗୀର ଅଲ୍ଲୀ, ବିମାନ ମାଈତି, ରମେଶ ଜେନା, ଶକୁନ୍ତଳା ମହାକୁଡ଼, ଏଚ ଏନ ଯାଦବ, ସୁରେଶ ସ୍ୱାଇଁ, ବସନ୍ତ ନାୟକ, ଗିରିଧାରୀ ମହାରଣା, ପୂର୍ଣ୍ଣ ପାଢ଼ୀ, ସଂଯୁକ୍ତା ସେଠି ପ୍ରମୁଖ ବକ୍ତବ୍ୟ ରଖିଥିଲେ. କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ବିରୋଧୀ ନୀତି ପ୍ରତ୍ୟାହାର କରିବାକୁ ଦାବିକରିକରିଥିଲେ. ନହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନର ଆହ୍ୱାନ ଦେଇଥିଲେ. ଆସନ୍ତା କାଲି 25 ସେପ୍ଟେମ୍ବର ମଧ୍ୟ ଧାରଣା କାର୍ଯ୍ୟକ୍ରମ ଜାରି ରହିବାକୁ ଘୋଷଣା କରାଯାଇଛି. *ରମେଶ ଜେନା* *ରାଜ୍ୟ ସମ୍ପାଦକ* ମହାଶୟା/ମହାଶୟ ଆପଣଙ୍କ ଦୈନିକରେ ସଦୟ ପ୍ରକାଶନ ପାଇଁ ଅନୁରୋଧ

