ସ୍ୱର୍ଗତ ଜଗବନ୍ଧୁ ମାଝୀ ଓ ଅଙ୍ଗରକ୍ଷୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି
ରାଇଘର:25//9,(ଉତ୍କଳ ସମାଚାର) ନରସିଂବାଘ (ନବରଙ୍ଗପୁର): ବର୍ଷାର ପ୍ରବଳ କୋପ ସତ୍ତ୍ୱେ ରାଇଘର ବ୍ଲକ୍ ଅନ୍ତର୍ଗତ ଗୋନାଠାରେ ପୂର୍ବତନ ବିଧାୟକ ସ୍ୱର୍ଗତ ଜଗବନ୍ଧୁ ମାଝୀଙ୍କ ୧୬ତମ ଦିବସ ଶ୍ରଦ୍ଧାଞ୍ଜଳି । ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏହି ଦିନକୁ ‘ଶହୀଦ ଦିବସ’ ଭାବେ ପାଳନ କରାଯାଉଛି।ଏହି ସ୍ମରଣ ସଭାରେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ସ୍ୱର୍ଗତ ଜଗବନ୍ଧୁ ମାଝୀ ଏବଂ ତାଙ୍କ ଅଙ୍ଗରକ୍ଷୀ ଶହୀଦ ପିଙ୍କୁ (ପ୍ରଶାନ୍ତ) ପାତ୍ରଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ଆୟୋଜିତ ଶ୍ରାଦ୍ଧ ସଭାକୁ ପୂର୍ବତନ ବିଧାୟକ ତଥା ରାଇଘର ବିଜେଡି ବ୍ଲକ୍ ସଭାପତି ସୁବାଷ ଗଣ୍ଡ ପରିଚାଳନା କରିଥିଲେ।ଅନ୍ୟାନ୍ୟ ପ୍ରମୁଖ ଅତିଥିଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ପୂର୍ବତନ ଅଧ୍ୟକ୍ଷା ନବୀନା ନାୟକ, ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ନାଥ ଗଣ୍ଡ, ଖଗେଶ୍ୱର ହରିଜନ, ସୁକଦେବ ଗଣ୍ଡଙ୍କ ସମେତ ବିଜେଡି ସମର୍ଥିତ ବହୁ ସମିତିସଭ୍ୟ, ସରପଞ୍ଚ ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ, ୨୦୧୧ ମସିହା ସେପ୍ଟେମ୍ବର ୨୪ ତାରିଖରେ ଗୋନା ହାଟପଦାଠାରେ ଆୟୋଜିତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମୟରେ ଦୁଇଜଣ ସଶସ୍ତ୍ର ଆତତାୟୀଙ୍କ ଗୁଳିଚାଳନାରେ ବିଧାୟକ ଜଗବନ୍ଧୁ ମାଝୀ ଓ ତାଙ୍କ ଅଙ୍ଗରକ୍ଷୀ ପ୍ରାଣ ହରାଇଥିଲେ। ସେବେଠାରୁ ପ୍ରତିବର୍ଷ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ବିଜେଡି ପକ୍ଷରୁ ଶହୀଦ ଦିବସ ଭାବେ ପାଳନ କରାଯାଇଆସୁଛି।
