ସମ୍ବଲପୁର,୨୬/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର କଳ୍ପନା ମେହେରଙ୍କ ସଭାପତିତ୍ୱରେ ସମାପନ ହୋଇଯାଇଛି । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଜାତୀୟ ସେବା ଯୋଜନାର ସମ୍ବଲପୁର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ତଥା ମହୁଲପାଲି ସ୍ଥିତ ପାର୍ବତୀ ଗିରି ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଶାନ୍ତନୁ କୁମାର ପ୍ରଧାନ ଯୋଗଦାନ କରି ଜାତୀୟ ସେବା ଯୋଜନାଦ୍ୱାରା ଦେଶ ଗଠନର ବହୁମୁଖୀ ସେବା କାର୍ଯ୍ୟକ୍ରମ ବିଷୟ ସବିଶେଷ ଅବଗତ କରାଇଥିଲେ । ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଡ. ସଂଧ୍ୟାମୟୀ ସାହୁ ଦିବସର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଅବଗତ କରାଇଥିଲେ । ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ମିହିର କୁମାର ଥାଟୀ ଅତିଥି ପରିଚୟ ପ୍ରଦାନ ଏବଂ ଡ. ସୂର୍ଯ୍ୟକାନ୍ତ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ବିଜୟଲକ୍ଷ୍ମୀ ବରିହା , ଯୁକ୍ତ ଦୁଇ କାର୍ଯ୍ୟକ୍ରମ ଅଧିକାରୀ ରଶ୍ମିପ୍ରିୟା ଗୌଡ଼, ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ଶିକ୍ଷକ ଘନଶ୍ୟାମ ଗୁରାଣ୍ଡି ପ୍ରମୁଖ ଏଥିରେ ସହାୟତା କରିଥିଲେ । ଅଧ୍ୟକ୍ଷା ପ୍ରଫେସର ମେହେର ନବାଗତା ସ୍ଵେଚ୍ଛାସେବୀ ମାନଙ୍କୁ ବ୍ୟାଚ ଓ ସ୍କାର୍ଫ ପ୍ରଦାନ କରିଥିଲେ । ଦିବସ ପାଳନ ଅବସରରେ ଛାତ୍ରୀ ସ୍ମିତା ପ୍ରଜ୍ଞା ତ୍ରିପାଠୀ ଓ ପ୍ରଜ୍ଞାଶ୍ରୀ ବାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ

