ସମ୍ବଲପୁର,୨୭/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଗୋଶାଳା ମାର୍କେଟଠାରେ ମା’ ଗଜଲକ୍ଷ୍ମୀ ପୂଜା କମିଟିର ବୈଠକ ଅନୁଷ୍ଠିତ ହୋଇଛି। ସୁରୁବାବୁ ରାଉତ ଓ ଟ୍ୱିଟୁ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦାମାନେ ଯୋଗଦେଇ ଚଳିତ ବର୍ଷର ପୂଜା ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ।ସର୍ବସମ୍ମତିକ୍ରମେ ଗଠିତ ନୂତନ କମିଟିର ସଭାପତି ଭାବେ ସରୋଜ ସାହୁ, ସମ୍ପାଦକ ଭାବେ ଜିତୁ ମିଶ୍ର ଓ କୋଷାଧ୍ୟକ୍ଷ ଭାବେ ଜିତୁ ନନ୍ଦ ମନୋନୀତ ହୋଇଛନ୍ତି। ଟ୍ୱିଟୁ ପରିଡ଼ା, ଭଗବାନ ପ୍ରଧାନ, ଟିକଳୁ ବେହେରା ଓ ପ୍ରଦୀପ ଦାସଙ୍କୁ ମଧ୍ୟ କମିଟିରେ ମନୋନୀତ କରାଯାଇଛି। ପୂଜାର କର୍ତ୍ତା ଭାବେ ପ୍ରଶାନ୍ତ ସିଂ ଓ ପଣ୍ଡିତ ଭାବେ ଅସୀମା ଷଡ଼ଙ୍ଗୀଙ୍କୁ ଚୟନ କରାଯାଇଛି।ବୈଠକରେ ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ପବିତ୍ର ପରିଡ଼ା, ଗଣେଶ ଅଗ୍ରୱାଲ ଓ ଅକ୍ଷୟ ସ୍ୱାଇଁ ଧନ୍ୟବାଦ ଜଣାଇଥିଲେ।
